ବିବାଦୀୟ ଗୀତ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଏସପି ଙ୍କ ଜରିଆରେ DG ଙ୍କୁ ଦାବିପତ୍ର ପ୍ରଦାନ

add-all

ମାଲକାନଗିରି : ଗତ କିଛି ଦିନ ପୂର୍ବରୁ ଶଙ୍କର ଓମ ସରଣମ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇ ଗାଇଥିବା ଗୀତ ବିରୁଦ୍ଧରେ ଏସପିଙ୍କ ଜରିଆରେ DGଙ୍କୁ ଦାବିପତ୍ର ଦେଲେ ମାଲକାନଗିରି ଜିଲ୍ଲାର ବଡ ଦିଦି ସଙ୍ଘଠନର କର୍ମୀ ଓ ଆନ୍ତର୍ଜାତିକ ମାନବାଧିକାର କାମିଶନ ର ସଭାପତି । ଭାରତ ଭଳି ଦେଶରେ ଝିଅ ମାନଙ୍କ ସୁରକ୍ଷା ପାଇଁ ଅନେକ ନିୟମ ଓ ଆଇନ ପ୍ରସ୍ତୁତ କରାଯାଉଛି । ତେବେ ସେହି ଦେଶରେ ଶଙ୍କର ଓମ ସରଣମ ଝିଅ ମାନଙ୍କୁ ବିଭିନ୍ନ ଅଖ୍ୟା ଦେଇ ଗୀତ ଗାଇଥିଲେ । ଯାହାକୁ ନେଇ ଝିଅ ମାନଙ୍କ ମନରେ ତୀବ୍ର ପତିକ୍ରିୟା ଦେଖାଦେଇଛି । ଏହି ଗୀତରେ କୋରାପୁଟ ଝିଅ ଙ୍କୁ ଗଞ୍ଜେଇ ଖାଉଥିବା କହିବା ସହ ମାଲକାନଗିରି ଝିଅକୁ ଡମ୍ପରଡାଲା ବୋଲି କୁହାଯାଇଛି । ତେବେ ଏହି ଗୀତ ଗାଇଥିବା ଗାୟକଙ୍କ ବିରୁଦ୍ଧରେ ଆକ୍ସନ ନେବା ସହ ଏହି ଗୀତକୁ ଫେସବୁକ ଓ ୟୁଟ୍ୟୁବ ରୁ ସମ୍ପୂର୍ଣ୍ଣ ଭାବେ ଡିଲେଟ କରିବା ସହ କ୍ଷମା ପୃର୍ବକ ଓଡ଼ିଶାର ସମସ୍ତ ନାରୀଜାତି ନିକଟରେ ଶରଣ ଯାଆନ୍ତୁ ବୋଲି ଏସ ପି ଙ୍କ ଜରିଆରେ DG ଙ୍କୁ ଏହି ଦାବିପତ୍ର ଦିଆ ହୋଇଛି ।ଏହି ଘଟଣାକୁ ଆନ୍ତର୍ଜାତିକ ମାନବାଧିକାର କମିଶନ ମାଲକାନଗିରି ଜିଲ୍ଲା ଶାଖା ସଭାପତି ନିରଞ୍ଜନ ମଲ୍ଲ ଘୋର ନିନ୍ଦା କରିଛନ୍ତି ଏବଂ ଶଙ୍କର ଓମ୍ ଶରଣଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଏହା ସହିତ ସେ ଅଶ୍ଳୀଳ ସଙ୍ଗୀତକୁ ତୁରନ୍ତ ସବୁ ସୋସିଆଲ ମିଡିଆରୁ ହଟାଯାଉ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.