ବୁଗୁଡ଼ା ଗାର୍ଲସ୍ ହାଇସ୍କୁଲରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ

add-all

ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ଥରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାଠଚକ୍ରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଶୀର୍ଷକ “ବେସିକ୍ ସାଇନ୍ସ ଫର୍ ସସ୍ସଟେନବୁଲ୍ ଡେଭେଲପମେଣ୍ଟ ଚ୍ଯାଲେଞ୍ଜ ଏଣ୍ଡ୍ ପ୍ରସପେକ୍ଟସ୍” ଉପରେ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ବିଚାରକ ଭାବେ ପିପୁଲ୍ସ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ , ମାଣିତରା କଲେଜର ଅଧ୍ୟାପିକା ସୁଚିତ୍ରା କୁମାରୀ ପଣ୍ଡା ଓ ଅଧ୍ୟାପକ ପ୍ରିୟବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ ।ଏଥିରେ ଏସବିଏନ୍ ଗାର୍ଲସ୍ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ରୋଷନୀ ପାତ୍ର ପ୍ରଥମ ସ୍ଥାନ ହାସଲ କରି ଆସନ୍ତା ୨୧ ତାରିଖରେ ବ୍ରହ୍ମପୁରସ୍ଥ ମେଡିକାଲ କ୍ଯାମ୍ପସ୍ ହାଇସ୍କୁଲରେ ହେବାକୁ ଯାଉଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି । ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ସମ୍ମାନିତ ଅତିଥି ଭାବେ ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲା ବେଳେ ପରିଶେଷରେ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.