ମହୁମାଛି କାମୁଡି ଜଣେ ଗୁରୁତର

add-all

ଦାରିଙ୍ଗବାଡ଼ି (୧୯/୯) : ସାର୍ନିକେତା ଗ୍ରାମ ପଞ୍ଚାୟତ ଡ଼ାବୁଲମାହା ଗ୍ରାମର ପ୍ରତାପ ପ୍ରଧାନ (୪୬) ମହୁମାଛି କାମୁଡାରେ ଗୁରୁତର ଆହତ ହୋଇଛନ୍ତି । ବାପା ଓ ତାଙ୍କ ସ୍ତ୍ରୀ ଙ୍କ ସହ ମିଶି ପ୍ରତାପ ଡେଙ୍ଗାସରୁ ପାହାଡ଼କୁ ଛେଳି ଚରାଇବା ପାଇଁ ଯାଇଥିଲେ। ହେଲେ ବାଘ ମହୁ ବସା ବାନ୍ଧି ରହିଥିବା ଏକ ଗଛ ପାଖକୁ ଛେଳି ମାନେ ଯିବାରୁ ମହୁ ମାଛି ବସାରୁ ବାହାରି ନିକଟରେ ଥିବା ପ୍ରତାପ ଙ୍କୁ କାମୁଡ଼ିଲା ଫଳରେ ଘଟଣା ସ୍ଥଳରେ ହିଁ ସେ ଅଚେତ ହୋଇଗଲେ । ମୁଣ୍ଡର ଦୁଇଟି ଜାଗାରେ ଆଘାତ ଲାଗିଥିବାରୁ ଦୁଇଟି ମହୁମାଛି କାମୁଡ଼ି ଥିବା ଅନୁମାନ କରାଯାଉ ଥିବା ବେଳେ ତାଙ୍କ ପାଖରେ ଥିବା ତାଙ୍କ ସ୍ତ୍ରୀ ଓ ବାପା ମିଶି ତାଙ୍କୁ ବୋହି ଗାଁକୁ ଆଣି ସଙ୍ଗେ ସଙ୍ଗେ ଅଚେତ ଅବସ୍ଥାରେ ସମ୍ପର୍କୀୟ ଓ ଗାଁ ଲୋକେଙ୍କ ସହଯୋଗରେ ଦାରିଙ୍ଗବାଡ଼ି ମେଡ଼ିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ବର୍ତ୍ତମାନ ପ୍ରତାପ ଏକ ପ୍ରକାର ସୁସ୍ଥ ଥିବା ସ୍ତ୍ରୀଙ୍କ ସୂଚନାରୁ ଜଣା ପଡ଼ିଛି।

ad-week
Leave A Reply

Your email address will not be published.