ଜନ୍ମଦିନରେ ପୂର୍ବତନ ବାଚସ୍ପତିଙ୍କ ଦ୍ୱାରା ବୃକ୍ଷ ରୋପଣ

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପ୍ରସିଦ୍ଧ ମା ବାରାହୀ ଓ ମା ବାଳ କୁମାରୀ ଦୈବୀ ପିଠ ରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ନିଜର 82 ତମ ଜନ୍ମ ଦିବସ ରେ ବୃକ୍ଷ ରୋପଣ କରିଛନ୍ତି। ନିଜ ଅନୁଗାମୀ ଙ୍କ ଗହଣ ରେ ନାତି ମାରୁତି ଦ୍ୟାନ ସାମନ୍ତରା ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ବିଭିନ୍ନ ପ୍ରଜାତି ର ଗଛ ଲଗେଇ ସବୁଜ ବିପ୍ଳବ ର ବାର୍ତ୍ତା ଦେଇଛନ୍ତି। ପୁତ୍ର ସୁରେଶ ଦ୍ୟାନ ସାମନ୍ତରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ପଣ୍ଡା, ସରପଞ୍ଚ ଏ. ଶିବା, ସରପଞ୍ଚ ତିରୁପତି, ସମିତି ସଭ୍ୟ ଭରତ ଭୂଷଣ ସାହୁ, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ଦାସ ଓ ବତ୍ସ ପ୍ରଧାନ ତାହା ସାଙ୍ଗକୁ ଦିବାକର ପଣ୍ଡା, କିଶୋର ଚନ୍ଦ୍ର ସାହୁ, ଉମାକାନ୍ତ ପାଣିଗ୍ରାହୀ, ପ୍ରଫୁଲ୍ଲ ପତି, ଅଭିରାମ ବେହେରା ପ୍ରମୁଖ ଅନୁଗାମୀ ଯୋଗ ଦେଇ ଅସନ୍ତୁଳିତ ପ୍ରାକୃତିକ ପରିବେଶ ରେ ଗଛ ର ଆବଶ୍ୟକତା ସମ୍ପର୍କ ରେ କହିଥିଲେ।ମା ବାରାହୀ ଙ୍କ ପିଠ ପରିସର ଓ ପାଚେରୀ ପାର୍ଶ୍ଵ ସହିତ ମା ବାଳକୁମାରି ଙ୍କ ପିଠ ରାସ୍ତା ରେ ବିଭିନ୍ନ ପ୍ରକାର ର ଗଛ ଲଗାଇ ତାର ସୁରକ୍ଷା ନେଇ ମଧ୍ୟ ବ୍ୟବସ୍ଥା ହୋଇଥିବାର ସୂଚନା ଦେଇଥିଲେ। ବ୍ୟାପକ ପରିମାଣ ରେ ବୃକ୍ଷ କ୍ଷୟ ଯୋଗୁଁ ଜଙ୍ଗଲ ନଷ୍ଟ ସହିତ ମୃତ୍ତିକା ସଂରକ୍ଷଣ ଭଳି ଗୁରୁତର ସମସ୍ୟା ମଧ୍ୟରେ ଆଜି ସାରା ପୃଥିବୀ। ଅନ୍ୟ ପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟର କାରଣ ମଧ୍ୟ ପାଲଟିଛି। ଫଳ ରେ ପରିବେଶ ସୁରକ୍ଷା କବଚ ଭାବେ ଏକ ମାତ୍ର ଉପାୟ ବୃକ୍ଷ ରୋପଣ ହିଁ ବୋଲି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା କହିଛନ୍ତି।ଏଥି ମଧ୍ୟରେ ପ୍ରମୁଖ ଏମ୍. କ୍ରିଷ୍ଣା, ଦୀନବନ୍ଧୁ ପ୍ରଧାନ, ରବି ତିଆଡି, ଅନାଦି ସାହୁ, ବୁଲୁ ଦୋରା, ଖେମରାଜୁ ପାଢ଼ୀ, ସିମାଞ୍ଚଳ ପ୍ରଧାନ, ସରୋଜ ପଟ୍ଟନାୟକ, ରତ୍ନାକର ସାହୁ,ତ୍ରିନାଥ ରେଡି ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.