ବିଶ୍ୱକର୍ମା ପୂଜା ଉପଲକ୍ଷେ ଏସଏସ ସାହା ଫୁଟବଲ ପ୍ରତିଯୋଗିତା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାଏତ ଅନ୍ତର୍ଗତ ଛତାବେଡ଼ା ଗ୍ରାମରେ ଆଜି ଅନ୍ତରରାଷ୍ଟ୍ରିୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଫୁଟବଲ ପ୍ରତିଯୋଗିତାରେ ବଲାଙ୍ଗୀର, ଭବାନୀପାଟଣା, ଏସ ଏସ ସାହା, ନାଇଜେରିଆ, ବାଳାଘାଟ ମଧ୍ୟପ୍ରଦେଶ, ଭଂଜନଗର, କେରାଲ, ସୁନାବେଡ଼ା, ବରଗଡ଼ ଓ କଳାହାଣ୍ଡି ଏହି ଦଶଟା ଟିମ ଅଂଶଗ୍ରହଣ କରିଥିଲେ, ମାନ୍ୟବର ସାଂସଦ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କାର୍ଯ୍ୟକର୍ତ୍ତା ଶ୍ରୀ ଶିବନାଥ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥାଇ ଖେଳଟି ଯେପରି ସୁସ୍ଥ ଭାବରେ ପରିବେଶନ ଓ ସମସ୍ତ ଖେଳାଳିଙ୍କୁ ଭାଇଚାରା ବଜାୟ ରଖି ଖେଳୁଆଡ ମନୋଭାବ ନେଇ ଖେଳିବାକୁ ମତ ରଖିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଗତ ଦୁଇ ବର୍ଷ ହେବ ଏହି ଏସ ଏସ ସାହା ପରିବାର ତରଫରୁ ସ୍ଥଗିତ ଥିଲା, ଏହି ଖେଳ ଉପଭୋଗ କରିବାକୁ ଆଖ ପାଖ ଗାଁର ହଜାର ହଜାର ଦର୍ଶକ ସମବେତ ହୋଇଥିଲେ।, ଆସନ୍ତା କାଲି୨୦-୦୯-୨୦୨୨ ଏହି ଅନ୍ରରାଷ୍ଟିୟ ଫୁଟବଲ ଟୁର୍ନାମେଣ୍ଟ ର ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବା କମିଟି ତରଫରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.