
କୋଣାର୍କ : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ,ଭୁବନେଶ୍ୱର ଶାଖା ପକ୍ଷରୁ ଗତ ଗତକାଲି ବିଶ୍ୱ ଐତିହ୍ୟ କୋଣାର୍କ ଠାରେ ଏକ ସ୍ଵଚ୍ଚତା ପାକ୍ଵଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଭାରତ ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର ଶାଖାର ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ରଶ୍ମି ସୋନିଆ ତିର୍କିଙ୍କ ପ୍ରଶାସନିକ ନିର୍ଦ୍ଦେଶନାରେ ସ୍ୱଚ୍ଛତା ଦୃଷ୍ଟି କୋଣରୁ ବିଶ୍ୱ ଐତିହ ସ୍ଥଳୀ କୋଣାର୍କକୁ ବିଶେଷ ଧ୍ୟାନ ଦିଆଯାଇଛି l ଏହି କାର୍ଯ୍ୟକ୍ରମ ଅବସରରେ ପର୍ଯ୍ୟଟନ ମନ୍ତ୍ରାଳୟ ଭୁବନେଶ୍ୱର ଶାଖାର ସୂଚନା ଅଧିକାରୀ ଶ୍ରୀ ଜଗନ୍ନାଥ ବେହେରାଙ୍କ ତତ୍ତ୍ୱାବଧାନରେ କୋଣାର୍କର ବିଭିନ୍ନ ଜନଗହଳି ସ୍ଥାନ, ଇଣ୍ଡିଆନ ଅଏଲ ମ୍ୟୁଜିୟମ, ସୂର୍ଯ୍ୟ ମନ୍ଦିର ଟିକେଟ କାଉଣ୍ଟର, ମନ୍ଦିର ଫାଣ୍ଡି, ଯାତ୍ରୀନିବାସ, ଥାନା ଛକ, ଚନ୍ଦ୍ରଭାଗା ବୀଚ, ରାମଚଣ୍ଡୀ ବୋଟ ସ୍ଥଳୀ ଓ ମନ୍ଦିର ସମ୍ମୁଖରେ ସ୍ୱଚ୍ଛତା ସଚେତନତା ଓ ପ୍ଲାଷ୍ଟିକ ମୁକ୍ତ ଓ ଏହାର ବ୍ୟବହାର ବିପଜ୍ଜନକ ଉପରେ ଗୁରୁତ୍ୱ ଦିଆଯିବ ସହ ବାଉଁଶ ରେ ନିର୍ମିତ ଇକୋ ଡଷ୍ଟବିନ, ସୂତାରେ ନିର୍ମିତ ଇକୋ ଧୂଳି ବିନ ବ୍ୟାଗ ବଣ୍ଟନ କରାଯାଇଥିଲା l ଏତତ ବ୍ୟତୀତ କଣ୍ଡେଇ ନାଚ ଓ ଚଢ଼େୟା,ଚଢ଼େୟାଣି ନାଚ ମାଧ୍ୟମରେ ସ୍ୱଚ୍ଛତା ର ସଚେତନତା ପ୍ରଦର୍ଶନ ଦର୍ଶକ ତଥା ପର୍ଯ୍ୟଟକ ମାନଙ୍କୁ ଏକ ପ୍ରକାର ଆକୃଷ୍ଟ କରିଥିଲା l ଏହି କାର୍ଯ୍ୟକ୍ରମକୁ ନାଟ୍ୟ ଦୀପ, କୋଣାର୍କ ର ନିର୍ଦ୍ଧେଶକ ଶ୍ରୀ କାଳନ୍ଦୀ ଚରଣ ସ୍ୱାଇଁ, ସହକାରୀ ନିର୍ଦ୍ଧେଶକ ନିତ୍ୟାନନ୍ଦ ମହାରଣା ପରିଚାଳନା କରିଥିବା ବେଳେ ସମାଜ ସେବୀ ଶ୍ରୀ ରାମକୃଷ୍ଣ ମହାନ୍ତି, ଶ୍ରୀ ସନ୍ତୋଷ ଗୋଛାୟତ, ଓ କୋଣାର୍କର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟ ଦୀପ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ସହିତ ସଫଳ କରିଥିଲେ l ଭାରତ ସରକାର ଙ୍କ ପର୍ଯ୍ୟଟନ ବିଭାଗ ଭୁବନେଶ୍ୱର ଶାଖାର ଏହିପରି କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିବା ସହ ଦର୍ଶକ ତଥା ପର୍ଯ୍ୟଟକ ଙ୍କୁ ସଚେତନତା ବାର୍ତ୍ତା ବେଶ ଆକୃଷ୍ଟ କରିଥିଲା l