ସାତଦିନ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ପଞ୍ଚାୟତ ରେ ଆଜକୁ ସାତ ଦିନ ତଳେ କୌଣସି କାରଣ ବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ବ ପରିବାର ଅନ୍ଧାରରେ ରହୁଛନ୍ତି l ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ ସୃଷ୍ଟି ହେଉଛି l ଅନ୍ୟ ପଟ ରେ ପିଲାମାନଙ୍କ ପରୀକ୍ଷା ଚାଲିଛି ସେମାନେ ଦୀପ ଆଲୁଅରେ ରାତିରେ ପଢିବାକୁ ବାଧ୍ୟ ହେଉଛନ୍ତି l ସରପଞ୍ଚ ଗୌତମ ମଲ୍ଲିକ ବିଦ୍ୟୁତ୍ ଯୋଗାଣ ବିଭାଗରେ ଅଭିଯୋଗ କଲା ପରେବି ତିଆରି ହୋଇପାରୁନି l ଆସନ୍ତା କାଲି ତିଆରି କରାଯିବ କହି ଆଜି ପର୍ଯ୍ୟନ୍ତ ତିଆରି ହୋଇ ପାରିଲା ନାହିଁ ତେଣୁ ଶେଷରେ ଆଜି ବାଧ୍ୟ ହୋଇ ଦୁଇ ଶହ ଗ୍ରାମବାସୀ ମୁଖ୍ୟ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିବା ଫଳରେ ଯାନବାହାନ ଯାତାୟତ ସବୁ ବନ୍ଦ ରହିଛି l ବିଦ୍ୟୁତ ବିଭାଗ ନ ଆସିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଗ୍ରାମବାସୀ ଜିଦରେ ଅଟଳ ରହିଛନ୍ତି l

ad-week
Leave A Reply

Your email address will not be published.