ହିଞ୍ଜିଳିକାଟୁ ବ୍ଲକ ପକ୍ଷରୁ ମେଗା ସମ ନ୍ବୟ ମେଳା : ୩୦୦ ଏସଏଚଜି ମହିଳାଙ୍କୁ ୮ କୋଟି ୭୯ ଲକ୍ଷ ଟଙ୍କା ଋଣ ପ୍ରଦାନ…

add-all


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ମହିଳା ସ୍ଵୟଂସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ଋଣ ପଦାନ କରିବାପାଇଁ ବ୍ଳକ ସ୍ତରୀୟ ମେଗା ସମନ୍ଵୟ ମେଳା ଅନୁଷ୍ଠିତ ହୋଇଥିଲା ।
ହିଞ୍ଜିଳିକାଟୁ ବ୍ଲକ ବିଡିଓ ସୁବ୍ରତ କୁମାର ଜେନା ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ହିଞ୍ଜିଳିକାଟୁ ବ୍ଳକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବରେ , ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ଅଧିକାରୀ ଶିବପ୍ରସାଦ ନନ୍ଦ, ମଚାଂସୀନ ଥୁବା ବେଳେ ବ୍ଳକ , ଜିବୀ କା ମିଶନର ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବଳିଆରସିଂହ ସଂଯୋଜନା କରିଥିଲେ। ଅତିଥିବୃନ୍ଦ ଅଧିକରୁ ଅଧିକ ମହିଳାମାନେ ଯେପରି ସ୍ଵ।ବଲମ୍ବୀ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେଇ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ।


ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ର ୩୦୦ ଗୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ୮କୋଟି ୭୯ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଚଳିତ ଆର୍ଥୀକ ବର୍ଷରେ ସରକାରଙ୍କ ପକ୍ଷରୁ ବ୍ଳକ କୁ ମିଶନ ଶକ୍ତି ବିଭାଗ ଦ୍ଵାରା ୧୦୨୯ ଗୋଟି ରଣ ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିବାବେଳେ ପୂର୍ବରୁ ୩୮୨ ଗୋଟି ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି। ସେହିପରି ରୁଣ ଅର୍ଥର ସଦ ବିନିଯୋଗ କରି ସ୍ୱାବଲମ୍ବୀ ହେବା ଲାଗି ମହିଳା ଗୋଷ୍ଠୀଙ୍କୁ ମୁଖ୍ୟଅତିଥି ତଥା ଶ୍ରୀ ଗନ୍ତାୟତ ପରାମର୍ଶ ଦେଇଥିଲେ ।
ବ୍ଳକ କାର୍ଯ୍ୟକ୍ରମ ପରିଚାଳକ( ବିପିସି)ଫଣି ଭୂଷଣ ବେହେରା ଉପସ୍ଥିତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଭବିଷ୍ୟତରେ ଏଭଳି ସହଯୋଗ କରିବାଲାଗି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଜିବୀକ । ମିଶନ ଓ ମିଶନ ଶକ୍ତି ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ad-week
Leave A Reply

Your email address will not be published.