ଗୋଷ୍ଠୀ ତଥ୍ଯ ଯୋଗା ଯୋଗ ମେଳା…

add-all


ଫୁଲବାଣୀ :-କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କଇଁଝର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପ୍ରାଙ୍ଗଣରେ ଗୋଷ୍ଠୀ ତଥ୍ଯ ଯୋଗା ଯୋଗ ମେଳା ଅନୁଷ୍ଠିତ ହୋଇଯାଇଛି l ଯାହାର ଶୀର୍ଷକ ଥିଲା “ପରିବର୍ତନ ର ସ୍ୱର” l ଏହି ପରିପ୍ରେକ୍ଷୀରେ ସରକାରଙ୍କ ଯୋଜନା ଉପରେ ସମସ୍ତଙ୍କର ଯେମିତି ଅଧିକାର ରହିବ ଏବଂ ସମସ୍ତେ ଯେମିତି ସୁବିଧା ସୁଯୋଗ ରୁ ବଞ୍ଚିତ ନ ହେବେ ସେ ଉପରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ ସମସ୍ତଙ୍କୁ ଅବଗତ କରିଥିଲେ l ଏବଂ ସରକାରଙ୍କ ଦ୍ୱାରା କରାଯାଉଥିବା ଉନ୍ନତ ମୂଳକ କାର୍ଯ୍ୟକ୍ରମ ଉପରେ ଲୋକଙ୍କର ନଜର ରହିବା ଉଚିତ ସୁଦୃଢ ଏବଂ ସୁସ୍ଥ କାର୍ଯ୍ୟକ୍ରମ କରି ନିଜକୁ ଏବଂ ନିଜ ପରିବାରକୁ ପରିବର୍ତନ କରିବା ସହିତ ସରକାରଙ୍କ ମଧୁବାବୁ ପେନସନ, ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା , ରାସନକାର୍ଡ , ପାଇଖାନା ଘର, ଇନ୍ଦିରାଆବାସ ଘର, ମୋ କୁଡ଼ିଆ ଘର, ବିଜୁ ପକାଘର, କାଳିଆ ଯୋଜନା, ବଳରାମ ଯୋଜନା, ଭୂମି ହୀନ, ଜାଗା ମିଶନ, ଜଙ୍ଗଲ ଜମି, ସ୍ୱଛତା, ଏହିପରି ଅନେକ ପ୍ରକାର ସରକାରଙ୍କ ଉର୍ନତମୂଳକ ଯୋଜନା ବିଷୟ ବସ୍ତୁ ଉପରେ ଚେୟାରମ୍ୟାନ ଦିଲୀପ କହଁର, ଜ଼ିଲ୍ଲା ପରିଷଦ ଭାଇସ ଚେୟାରମ୍ୟାନ ସାଧୁବାଣି ନାୟକ, ଗୋଷ୍ଠୀ ଉର୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ,ପ୍ରମୁଖ ନିଜର ଉଦବୋଧନ ମାଧ୍ୟମରେ ଜନସାଧାରଙ୍କୁ ଅବଗତ

କରେଇଥିଲେ, ଏଥିରେ ବି ପି ଏମ ଓ ଓଲିମର ଭାଗିରଥି ପୃଷ୍ଟି, ବି ଏସ ଏସ ଓ ସମୀର କୁମାର ଚୌଧୂରୀ ,ବ୍ଲକ ମୁଖ୍ୟ କିରାଣି ପ୍ରକାଶ କୁମାର ସାହୁ,ସରପଞ୍ଚ, ସମିତି ସଭ୍ୟ , ଅଙ୍ଗନୱାଡି ୱାର୍କର, ଆଶାଦିଦି, ମହିଳା ସଂୟ ସହାୟିକା ଗୋଷ୍ଠୀଏହିପରି ସମସ୍ତଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ବନବାସୀ କଳା ସାଂକୃତିକ ବିକାଶ ପରିଷଦ ଟିପାରିଗାଁ ଏବଂ ବ୍ଲକ କଳା ସାଂକୃତିକ ସଙ୍ଘ ଟିକାବାଲି କଳାକାର କ୍ରିଷ୍ଣା ଚନ୍ଦ୍ର ଡିଗଲ, ମୋହନ ମୁରଲୀ ଦଣ୍ଡିଆ, ଲିନା ପ୍ରଧାନ,ଲିଜ଼ା ପ୍ରଧାନ, ଅର୍ଚିତା ପ୍ରଧାନ ରାଜେଶ ବେହେରା, ସମ୍ପାଦିକା ଲୁପିତା ପ୍ରଧାନ,ଅତି ସୁନ୍ଦର ଭାବରେ ନୃତ୍ୟଗୀତ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରିବା ସହିତ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ l ଯାହାକି ଅତି ସୁନ୍ଦର ଥିଲା

ad-week
Leave A Reply

Your email address will not be published.