ଫୁଲବାଣୀ : ସପ୍ତାହିକ ହାଟ ସ୍ଥାନ ଜବରଦଖଲ ଉଛେଦ ଆରମ୍ଭ…

add-all


ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସାପ୍ତାହିକ ହାଟ ସ୍ଥାନକୁ ଦୀର୍ଘ ବର୍ଷ ଧରି ବେ ଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରିଥିବା କିଛି ବ୍ୟବସାୟୀଙ୍କ କେବିନକୁ ପୌରପରିଷଦ ପକ୍ଷରୁ ଗୁରୁବାର ଉଚ୍ଛେଦ କରାଯାଇଛି lତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବେଆଇନ ଦୋକାନ ଘର ଭଙ୍ଗାଯିବ ବୋଲି ଜଣାପଡିଛି lଆଦିବାସୀଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜିନିଷ ପତ୍ର ବିକ୍ରିବଟା କରିବାପାଇଁ ସହରରେ ପୌର ପ୍ରଶାସନ ପକ୍ଷରୁ ହାଟର ବ୍ୟବସ୍ଥା କରାଯାଇଥିଲା l ତେବେ ଗତ କିଛି ବର୍ଷ ହେଲା ହାଟର ଅର୍ଦ୍ଧାଧିକ ସ୍ଥାନକୁ ଲୋକେ ମାଡିବସି କିଏ ପକ୍କା ଘର କରିଛି ତଆଉ କିଏ ଦୋକାନ କରି ମାଡ଼ିବସିଛନ୍ତି l ଫଳରେ ହାଟ ସ୍ଥାନ କମି ଯିବା ଦ୍ୱାରା ଆଦିବାସୀ ମାନେ ଶେଷରେ ବାଧ୍ୟହୋଇ ରାସ୍ତା ଉପରେ ବସି ବିକ୍ରୀ କରୁଥିଲେ l କୁଇ ସମାଜ ପକ୍ଷରୁ ହାଟ ସ୍ଥାନ ମପାଯାଇ ଜବରଦଖଲ କାରୀଙ୍କୁ ଉଛେଦ କରିବାକୁ ଦାବୀ କରି ଆସୁଥିଲେ l ତେବେ ବିଳମ୍ବରେ ହେଲେ ବି ପୌର ପ୍ରଶାସନର ବଳିଷ୍ଠ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି l ତେବେ ଡ଼୍ରେନ ଉପରକୁ ଆସି ବ୍ୟବସାୟ କରୁଥିବା ଜବର ଦଖଲକାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାମଧ୍ୟ ଜରୁରୀ ହୋଇପଡ଼ିଛି l ଯେଉଁ ମାନେ ବହୁଦିନ ଧରି ସେଠାରେ ବ୍ୟବସାୟ କରୁଥିଲେ ସେ ମାନଙ୍କୁ ଉକ୍ତ ଜାଗାରେ ପୌର ପରିଷଦ ପକ୍ଷରୁ ନିର୍ମାଣ ହେବାକୁ ଥିବା କମ୍ପ୍ଲେକ୍ସରେ ଜାଗା ଦେବାପାଇଁ ପୋୖରାଧ୍ୟକ୍ଷା ଏଥିପ୍ରତି ଦୃଷ୍ଟିଦେବାକୁ ଦାବିହେଉଛି l

ad-week
Leave A Reply

Your email address will not be published.