ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ ଘଟଣାରେ ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ : ଦୁଇ ଗୋଷ୍ଠିଙ୍କୁ ନେଇ ଆଲୋଚନା ପରେ ସମାଧାନ…

add-all

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବା ନେଇ ଦୁଇ ଗୋଷ୍ଠି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ବ୍ଳକ ଅଞ୍ଚଳରେ ଚାପା ଉତେଜନା ସୃଷ୍ଟି ହୋଥିଲା । ଏହି ଘଟଣାରେ ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବ୍ଳକ ସଭାଗୃହରେ ଦୁଇ ଗୋଷ୍ଠିଙ୍କୁ ନେଇ ଆଲୋଚନା କରାଯାଇ ବୁଝାଇବା ପରେ ଉଭୟଙ୍କ ଦାବୀ ପୂରଣ କରି ସମାଧାନ କରିଥିଲେ। ଯାହାରି ଫଳରେ ଦୁଇ ଗୋଷ୍ଠି ମଧ୍ୟରେ ଆପୋଷ ବୁଝାମଣା ହେବା ସହ ଦୁର୍ଗା ପୂଜା ମଧ୍ୟ ପ୍ରତିବର୍ଷ ଭଳି ଆନନ୍ଦ ଉଲ୍ଲାସରେ ପାଳନ କରାଯିବା ନିଷ୍ପତ୍ତି ହୋଇଛି । ସେହିପରି ବ୍ଳକ ବାସୀଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ବିଶ୍ରାମଗାଇ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତେଜନା ପ୍ରଶ୍ରମିତ ହୋଇଥିବା ପ୍ରକାଶ ପାଇଛି । ଏହି ଆଲୋଚନାରେ ଉପ ଜିଲ୍ଲାପାଳଙ୍କ ସହିତ ଏସ ଡି ପି ଓ ଗୁଣ୍ଡାଲା ରାଘେବେନ୍ଦ୍ର ରେଡି, ବିଡିଓ ଗଦାଧର ପାତ୍ର ,ତହସିଲଦାର ଡା.ଅଶୋକ କୁମାର ଦାସ ଓ ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତ ଥିଲେ। ସୂଚନା ମୁତାବକ ଗତ ୨୦ ତାରିଖ ଦିନ ଉକ୍ତ ଜମିକୁ ବଣିକ ସଂଘ ପକ୍ଷରୁ ଜେସିପି ଲଗାଇ ସଫା ଓ ସମତଳ କରାଯାଉଥିଲା । ଏହାକୁ ବିରୋଧ କରି ବନ୍ଦ କରିବା ପାଇଁ କିଛି ନେତୃତ୍ବ ବ୍ୟକ୍ତି ଜେସିପି ବନ୍ଦ କରିଥିଲେ । ଏହି ଘଟଣାକୁ ନେଇ ୨୧ତାରିଖ ଦିନ ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ଡା. ଅଶୋକ କୁମାର ଦାସ, ବିଡିଓ ଗଦାଧର ପାତ୍ର ଓ ଥାନା ଅଧିକାରୀ କୌଶିକ ମାଝୀଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆଲୋଚନା କରିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ସାଧାରଣ ଜନତା ତହସିଲ କାର୍ଯ୍ୟାଳୟ ରୁ ଫେରି ଉକ୍ତ ଜମିକୁ ତାର ଜାଲିରେ ଆବଦ୍ଧ କରୁଥିଲେ । ଏହି ଖବର ଥାନା ଅଧିକାରୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରି ଆସନ୍ତା କାଲି ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ବନ୍ଦ କରିଥିଲେ ।

ad-week
Leave A Reply

Your email address will not be published.