ସ୍ୱାଭିମାନ ଅଞ୍ଚଳରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଓ ପଣସପୁଟ ଠାରେ ଜଙ୍ଗଲ ଜମି ପଟା ବଣ୍ଟନ ଅନୁଷ୍ଠିତ।ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ଵାକା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ଏହା ସହ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ,ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା,ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା, ପଣସପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗରୱାଳ ଉପସ୍ଥିତ ଥିଲେ।ସ୍ୱାଭିମାନ ଅଞ୍ଚଳର ଅଣ୍ଡ୍ରାପାଲି,ଯନ୍ତ୍ରୀ,ପଣସପୁଟ ପଞ୍ଚାୟତ ର ୩୮୦ ଜଣ ହିତଧିକାରୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ତିନୋଟି ପଞ୍ଚାୟତ ର ହଜାର ହଜାର ଲୋକ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.