ବେଆଇନ ପଥର ଖନନ ଅଭିଯୋଗରେ ୫ ଜେସିବି ମେସିନ ଓ ଏକ ଟ୍ରାକ୍ଟର ଜବତ, ପାଞ୍ଚ ଲକ୍ଷ ଜୋରିମାନା

add-all

ଚିତ୍ରକୁଣ୍ଡା (୨୩/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଜୋଡାଆମ୍ବ ପଞ୍ଚାୟତ ର ସିମିଳିପଦର ଠାରେ ଚିତ୍ରକୁଣ୍ଡା ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପଥର ଖୋଳୁଥିବା ଅଭିଯୋଗ ରେ ୫ଟି ଜେସିବି ମେସିନ ଓ ଗୋଟିଏ ଟ୍ରାକ୍ଟର ସମେତ ୫୦୦ ଘନମିଟର ଏରିଆ ରେ ଠୁଳ କରାଯାଇଥିବା ଚିପିସକୁ ଜବତ କରିଛି ଚିତ୍ରକୁଣ୍ଡା ତହସିଲର ଏକ ଟିମ। ସୂଚନା ଅନୁଯାୟୀ ଚିତ୍ରକୁଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ତହସିଲର ଏକ ଟିମ ଚିତ୍ରକୁଣ୍ଡା ସ୍ୱାଭିମାନଞ୍ଚଳର ଜୋଡାଆମ୍ବ ନିକଟସ୍ତ ସିମିଳିପଦରଠାରେ ଚଢ଼ାଉ କରି ବେଆଇନ ଭାବେ ପଥର ଖୋଳୁଥିବା ଅଭିଯୋଗରେ ୫ଟି ଜେସିବି ମେସିନ ସମେତ ଗୋଟିଏ ଟ୍ରାକ୍ଟର ଜବତ କରି ପାଞ୍ଚ ଲକ୍ଷ ଟଙ୍କା ଫାଇନ କରିଥିବା ନେଇ ସୂଚନା ହସ୍ତଗତ ହୋଇଛି। ଜବତ ଜେସିବି ଓ ଟ୍ରାକ୍ଟର ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ଠିକାଦାର ପାଣ୍ଡୁ ରଙ୍ଗାଙ୍କ ବୋଲି ଜଣାପଡିଛି। ଏହି ଚଢ଼ାଉରେ ଚିତ୍ରକୁଣ୍ଡା ତହସିଲ ପକ୍ଷରୁ ତହସିଲଦାର ଟି.ପଦ୍ମନାଭ ଦୋରା,ଆର.ଆଇ. ସନ୍ତୋଷ କୁମାର ଗୌଡ଼,ରେଭିନିଉ ଆସିଷ୍ଟାଣ୍ଟ ସୁରେନ୍ଦ୍ର ପଟ୍ଟନାୟକ, ଡି.ଇ.ଓ. ଶିବ ଶଙ୍କର ଗନ୍ତାୟତ ସାମିଲ ଥିଲେ।

ad-week
Leave A Reply

Your email address will not be published.