ଚିକିଟିରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ପୌର ପରିଷଦ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଚିକିଟି ପେଣ୍ଠ ପାଣ୍ଡା ଛକ ନିକଟରେ ପୌର ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବ୍ଲକ୍ ଅଧ୍ୟକ୍ଷ ଆପନ୍ନା ସେଠୀ, ତହସିଲଦାର ବିଶ୍ୱ ରଞ୍ଜନ କହଁର, ବି ଡ଼ି ଓ ହଳଧର ଶବର, ସି ଡି ପି ଓ ଗୀତାଞ୍ଜଳୀ ପାଣିଗ୍ରାହୀ ଓ କାର୍ଯ୍ୟନିବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ସମେତ ପୌର ପରିଷଦ ଓ ବ୍ଲକ୍ ର ଅନେକ କର୍ମଚାରୀ ଉପସ୍ଥିତିରେ ସ୍ୱାଗତ ଜଣାଇ ଏକ ବିରାଟ ବାଇକ ରାଲି ସହ ଚିକିଟି ଗଡ ବ୍ଲକ୍ ଅଫିସ ନିକଟ ଗୁଣ୍ଡିଚା ମଣ୍ଡପ ଠାରେ ଏକ ସଭାର ଆୟୋଜନ ହୋଇଥିଲା।ଏହି ସଭାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବା ସହ ଆଜାଦି ସକାଶେ ବିଭିନ୍ନ ଆନ୍ଦୋଳନ ଉପରେ ନାଟକୀୟ ଢଙ୍ଗ ଓ ରଚନାତ୍ମକ ଅଭିନୟ ମାଧ୍ୟମରେ ସଚେତନତା ସୃଷ୍ଟି କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକେଇବା ସହ ଲୋକଙ୍କ ପାଖରେ ଅହିଂସା ଓ ନୀତି ଆଦର୍ଶର ବାର୍ତ୍ତା ପହଞ୍ଚାଇଥିଲେ।ଏଥିରେ ଗୋଷ୍ଟି ଶିକ୍ଷାଧିକାରୀ ବସନ୍ତ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଜିଲ୍ଲା ଜନ ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ ଯୋଗ ଦେବା ସହ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

ad-week
Leave A Reply

Your email address will not be published.