ଭୁସ୍ଖଳନରେ ଭୟଭିତ କୁମ୍ଭାରୀପଦର ଗ୍ରାମବାସୀ

add-all

ଦାରିଙ୍ଗବାଡ଼ି (୨୩/୯) : ଲଘୁଚାପ ଜନିତ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ବହୁ ସ୍ଥାନରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡା ଖସିଥିବା ଦେଖିବାକୁ ମିଳିଛି । ଗାଁ ଠାରୁ କିଛି ଦୂରରେ ଏହି ଘଟଣା ଘଟିଥିବା ବେଳେ କୁମ୍ଭାରୀପଦର ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । କେତେବେଳେ କଣ ହେବ ତାକୁ ନେଇ ଅଂଚଳବାସୀ ଚିନ୍ତାରେ ରହିଛନ୍ତି । ଗତ ତିତିଲିରେ ଉକ୍ତ ସ୍ଥାନରେ ଭୁସ୍ଖଳନ ହୋଇଥିଲା । ପୁଣି ଏବେ ମଧ୍ୟ ସେହି ସମାନ ସ୍ଥିତି । ଏହି ଘଟଣା ବିଷୟରେ ପ୍ରଶାସନ ଜାଣିବା ପରେ ଅତିରିକ୍ତ ତହସିଲଦାର ଭବେସ ମାଝୀ ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି। ପ୍ରଶାସନ ସମେତ ସ୍ଥାନୀୟ ସରପଞ୍ଚ ଚୁମୁକି ପ୍ରଧାନ ସମେତ ଅଂଚଳ ବାସୀ ଘଟଣା ସ୍ଥଳକୁ ଯାଇଥିଲେ।

ad-week
Leave A Reply

Your email address will not be published.