
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟ ରେ ଥିବା ପୋଖରୀର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି l ଆଜି ସୋମବାର ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ନିଜେ ଉପସ୍ଥିତ ରହି ଦଣ୍ଡ ପାଣି ସାହୁ ମିଲ୍ ନିକଟସ୍ଥ ବନ୍ଧର ସଫେଇ କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି l ଦୀର୍ଘ ବର୍ଷ ହେଲା ଉକ୍ତ ପୋଖରୀ ସଫେଇ ନହୋଇ ପଡିରହିଥିଲା l ଏପରି କି ବଜାରକୁ ଯେଉଁ ମାନେ ହାଟ ସୌଦା କରିବାକୁ ଆସୁଥିଲେ ସେମାନେ ଉକ୍ତ ବନ୍ଧକୁ ପରିସ୍ରାଗାର ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଥିଲା ତା ସହିତ ବିଭିନ୍ନ ପ୍ରକାରର
ଅଳିଆ ଆବର୍ଜନା ସାଙ୍ଗକୁ ଦଳ ଭର୍ତ୍ତି ହୋଇ ଅପରିଷ୍କାର ହୋଇ ପଡିଥିଲା l ଲୋକେ ସେହି ବାଟ ଦେଇ ଯିବା ସମୟରେ ନାକରେ ହାତ ଦେଇ ଯିବାକୁ ପଡୁଥିଲା l ବର୍ତ୍ତମାନ ପୋୖରାଧ୍ୟକ୍ଷା ସ୍ମିତା ଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ ଆନ୍ତରିକତା, ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ପୋଖରୀର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି l ଏହା ଯେପରି ଆଗ ଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ ସେଥିପ୍ରତି ପୌରପରିଷଦ ବିଶେଷ ଦ୍ରୁଷ୍ଟି ଦେଉଥିବା ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି କହିଛନ୍ତି l
ଏଥିରେ ସହରବାସିଙ୍କ ସହୋଯୋଗ କାମନା କରିଛନ୍ତି ସ୍ମିତା l ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସେ ଫୁଲବାଣୀ ସହରକୁ ଏପରି ଭାବେ ଆକର୍ଷଣୀୟ କରିବାକୁ ଚାହାଁନ୍ତି ଯାହାକି ଫୁଲବାଣୀ ସହରବାସୀ ସର୍ବଦା ମନେ ରଖିବେ ବୋଲି ସେ ଆଶା କରିଛନ୍ତି l ଏଥିପାଇଁ ସହରବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ସ୍ମିତା ଆହୁରି କହିଛନ୍ତି l ଏହି କ୍ଷେତ୍ରରେ ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହରକୁ କ୍ଲିନ ଓ ଗ୍ରୀନ ସିଟିରେ ପରିଣତ କରିବାଲାଗି ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି l ସହରବାସୀ ଯାହା ଆଶା ରଖିଛନ୍ତି ସେ ସବୁକୁ ପୂରଣ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରାଯିବ ବୋଲି ସ୍ମିତା ମହାନ୍ତି କହିଛନ୍ତି l