ଏନୟାଇକେ ପକ୍ଷରୁ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ପ୍ରତିଯୋଗୀତା ଅନୁଷ୍ଠିତ

add-all

ଫୁଲବାଣୀ (୨୬/୦୯) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ପ୍ରତି ଯୋଗିତାରେ ବିଚାରପତି ରୂପେ ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର, ବିଶିଷ୍ଟ କବୟିତ୍ରୀ ତଥା କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର, ସ୍ଵେଛାସେବୀ ଜି .କେ ପାଢ଼ୀ ଉପସ୍ଥିତ ରହି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚବିସ ଜଣ ପ୍ରତିଯୋଗୀଙ୍କ କବିତାକୁ ବିଭିନ୍ନ ଦୃଷ୍ଟିକୋଣରୁ ମୂଲ୍ୟାୟନ କରିଥିଲେ l ଏହି ଅବସରରେ ଶ୍ରୀମତୀ ବୈଜୟନ୍ତୀ ମାଳା ମହାପାତ୍ରଙ୍କ କବିତା ସଂକଳନ “ଘେନ ଅଭିନନ୍ଦନ” ର ଶୁଭ ଉନ୍ମୋଚନ ହୋଇଥିଲା l ଏହାକୁ ଜିଲ୍ଲା ଲେଖକ ସାମୁଖ୍ୟର ସଭାପତି ରବିନ୍ଦ୍ରନାଥ ମିଶ୍ର ଉନ୍ମୋଚନ କରିଥିଲେ l

ad-week
Leave A Reply

Your email address will not be published.