
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାଡ ମହାସଂଘ ଆଲୋଚନା କ୍ରମେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ଥିବା , ବେଲଘର, ତୁମୁଡିବନ୍ଧ ଓ କୋଟଗଡ଼ ଥାନା ମାନଙ୍କରେ ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହୋଇଯାଇଛି l କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ଉପସ୍ଥିତରେ ତିନୋଟି ଥାନାର ଶୃଙ୍ଖଳୀତ ଭାବେ ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇଁ ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହୋଇ ଥିଲା । ଆଗାମୀ ଦିନରେ ଉକ୍ତ ଥାନା ମାନଙ୍କ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ବୃକ୍ଷରୋପଣ, କାର୍ଯ୍ୟକ୍ରମ ରକ୍ତଦାନ , ଅସହାୟକ ମାନଙ୍କୁ ସହାୟତା, ସ୍ୱଛଭାରତ ଅଭିଯାନ, ଏପରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା କରାଯାଇ ଥିଲା ଏବଂ ମାନବାଧିକାର୍ ମିସନ ଷ୍ଟେଟ୍ ଚେୟାରମେନ ଏବଂ ସଭାପତିଙ୍କ ଆଲୋଚନା କ୍ରମେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ସଂଘ କର୍ମକର୍ତ୍ତା ହିୟୁମାନ ରାଇଟ୍ସ ମିସନ ର ସଦସ୍ୟ ହୋଇ ଆଗାମୀ ଦିନରେ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ କିପରି ଉଚିତ୍ ନ୍ୟାୟ ମିଳିବ ସେ ବିଷୟରେ ମାନବାଧିକାର ମିସନ ଷ୍ଟେଟ ଉପସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ ପରାମର୍ଶ ଦାତା ଜଳନ୍ଦର ବେହେରା ଏବଂ କନ୍ଧମାଳ ଜିଲ୍ଲା ମାନବାଧିକାର ମିସନ ସଭାପତି, ବିରାଜ କୁମାର ପ୍ରଧାନ ସମାଜରେ ମାନବାଧିକାର ମିସନ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ । ତିନୋଟି ଥାନାରେ ସଂଘ କର୍ମକର୍ତ୍ତା ଚୟନ ହୋଇଥିବା ସଭାପତି ମାନେ ହେଲେ ଯଥା ବେଲଘର ଥାନା ହୋମଗାର୍ଡ ସଂଘ ର ସଭାପତି, ରାମଚନ୍ଦ୍ର ନାୟକ, ଉପସଭାପତି, ସଚିନ୍ଦ୍ର ପରାସେଠ୍, ସମ୍ପାଦକ,ଚିତ୍ରସେନ ନାୟକ-, ସହ ସମ୍ପାଦକ ,ଦିଲ୍ଲୀପ ମାଝି, କୋଷାଧ୍ୟକ୍ଷ, ଭିମରାଜ ନାୟକ, ଉପକୋଷାଧ୍ୟକ୍ଷ, ମିନାଖି ନାୟକ ,ଭଲେଶର ବଡସେଠ୍ ,ପରାମର୍ଶ ଦାତା,ସମାଜ ସେବୀ ନେତ୍ର ମାନସେଠ ,ସେହିପରି ତୁମୁଡିବନ୍ଧ ଥାନା ହୋମଗାର୍ଡ ସଂଘ , ସଭାପତି ସୁରେଶ ବାରିକ, ଉପସଭାପତି,କିଶୋର ଚନ୍ଦ୍ର ପାତ୍ର, ସମ୍ପାଦକ ଆଶୋକ କୁମାର ଜେନା , ସହସମ୍ପାଦକ ସୁରେନ୍ଦ୍ର ପାତ୍ର,କୋଷାଧ୍ୟକ୍ଷ ପବିତ୍ର ଗୌଡ଼ ,ଉପକୋଷାଧ୍ୟକ୍ଷ, ପ୍ରତିମା ସାହୁ , ଧନସିଗ୍ ପାତ୍ର କାର୍ଯ୍ୟକାରି ସଭାପତି, ସୁରେଶ ବେହେରା l ସେହିପରି ବେଲଘର, ତୁମୁଡିବନ୍ଧ, ହୋମଗାର୍ଡ ସଂଘ ପରାମର୍ଶଦାତା,ଭାବରେ ସମାଜସେବୀ ନେତ୍ର ମାନସେଠ୍, ସାମ୍ବାଦିକ ପ୍ରବୀଣ କୁମାର ପଟ୍ଟନାୟକ, ପବିତ୍ର ଦିଗାଲଙ୍କୁ ଚୟନ କରାଯାଇଛି । କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଆଡ଼ର୍ଭାଇଜର୍ ସାମ୍ବାଦିକ କୁନା ଦିଗାଲ, ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ଆଇନଜିବୀ ମନୋଜ ପଟ୍ଟନାୟକ ଓ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସରକାରୀ ମାନ୍ୟତା ସାଟିଫିକେଟ ମିଳିଥିବାରୁ ତାଙ୍କୁ ହୋମଗାର୍ଡ ମହାସଂଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ମହାସଂଘର ସଭାପତି, ପ୍ରଭାତ କୁମାର ସାହାଣୀ, ଉପ ସଭାପତି, ବିରାଜ କୁମାର୍ ପ୍ରଧାନ, କାର୍ଯ୍ୟକାରି ସଭାପତି, ଅଖୟ କୁମାର୍ ରାୟ, କୋଷାଧ୍ୟକ୍ଷ, ଏସ୍, କେ,ରିହାଜୁଦିନ୍,ଏବଂ ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ହାଇକୋର୍ଟରେ ଡିଗ୍ରୀ କରି ବର୍ତ୍ତମାନ ମାନବାଧିକାର ମିସନ ଚେୟାରମେନଙ୍କ ସହଯୋଗରେ ସୁପ୍ରିମକୋର୍ଟ କେସ କରିଥିବା କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ ସଦସ୍ୟ ମହିଳା ହୋମଗାର୍ଡ ମଞୁଳା ନାୟକ ,ସାଫ୍ରିନ ଖାନ ସମେତ ଅନ୍ୟ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ରହି ସହଯୋଗ କରିବା ସହିତ ଏହି ବୈଠକ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।