ନିଶାମୁକ୍ତ ଭାରତ ଅଭିଯାନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

youtube

ମାଲକାନଗିରି (୨୬/୦୯) : ସ୍ବାଧୀନତାର ପଞ୍ଚସ୍ତରୀବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସାମାଜିକନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏବଂ ଜିଲ୍ଲା ପ୍ରଶାସନ, ମାଲକାନଗିରିଙ୍କ ମିଳିତସହଯୋଗରେ “ନିଶାମୁକ୍ତ ଭାରତ ଅଭିଯାନ” ପ୍ରସଙ୍ଗ ଆଧାରିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ,ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଲକାନଗିରି ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟରୁ ଅଂଶ ଗ୍ରହଣ କରି ଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର ମୂଲ୍ୟାୟନ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଙ୍କ ଦ୍ଵାରା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ଅପରାହ୍ନ ୨ଟା ରେ ଆୟୋଜିତ ଏକ ମାନପତ୍ରସହ ପୁରସ୍କୃତ କରାଯାଇଥିଲା।ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଅଧ୍ୟକ୍ଷତାକରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରି ମାନପତ୍ର ସହ ପୁରସ୍କାର ବଣ୍ଟନ କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ ,ନେହେରୁ ଯୁବକେନ୍ଦ୍ର ,ମାଲକାନଗିରି ର ସଂଯୋଜକ ହରିଶ ରୂପାଲ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ଜିଲ୍ଲା ଯୁବ ରେଡ଼ କ୍ରସ ର ଆବାହକ ତଥା ସମ୍ପାଦକ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ନମିତା ଦଣ୍ଡସେନା ,ଅଧ୍ୟାପକ ଗୋକୁଳାନନ୍ଦ ପାତ୍ର ,ଜୀମୁତ ନାୟକ ,ପ୍ରମିୟକୁମାର ମହାନ୍ତି ,ତପନ କୁମାର ବେହେରା ,ଗୌତମ ନାୟକ,ଜବାହର ନବୋଦୟ ବିଦ୍ୟାଳୟ ର କଳା ଶିକ୍ଷୟତ୍ରୀ ପିଙ୍କି ପଣ୍ଡା ,ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ରବିନ୍ଦ୍ରକୁମାର ମହାରଣା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀତା ଗୁଡିକୁ ସୁଚାରୁରୂପେ ସମ୍ପର୍ଣ୍ଣ କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର କର୍ମକର୍ତ୍ତା ରାଜୀବ ପୂଜାରୀ ,ଆନଦିତାରାୟ, ରାଜେଶ କୁମାର ଭୌମିକ ,ରବିକୁମାର ବିଷୋୟୀ, ତପନ ବରାଳ ଉପସ୍ଥିତ ରହି ସହଯୋଗ କରିଥିଲେ।ସମସ୍ତବର୍ଗର କୃତିପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେବୋଲି ସୂଚନା ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.