
ଉମରକୋଟ : ଆଜି ରାଇଘରରୁ ଗୁରୁସିଂହା ଯିବା ରାସ୍ତା ଏସଏଲଏନ ସ୍କୁଲ ପାଖରେ ଥିବା କଲଭେର୍ଟ ନିକଟରେ ରାଇଘରର ଦିଲୁ ହାଲଦାର ଙ୍କ ମୃତ ଦେହ ରାସ୍ତା ପାର୍ଶ୍ୱରେ ପଡ଼ିଥିଲା | ସୂଚନା ଅନୁଯାୟୀ ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର ପତ୍ର ଗୋଦାମ ପଛପଟେ ଦିଲୁ ହାଲଦାର ସପରିବାର ରହି ରାଇଘରରେ ଦୋକାନ କରି ଚଳୁଥିଲେ । ପଡିଶା ଘର ପିଣ୍ଟୁ ହାଲଦାର ଙ୍କ ସୂଚନା ପ୍ରକାରେ ଗଣେଶ ପୂଜା ପରବର୍ତ୍ତି ମୁହୂର୍ତ୍ତରେ ମୃତକ ଦିଲୁ ହାଲଦାର ଙ୍କ ନିଜ ସ୍ତ୍ରୀ କମଳା ସହ ପ୍ରାୟ ଗଣ୍ଡ ଗୋଳ ଲାଗି ରହି ଥିଲା । 26/09/2022ରିଖ ରାତି ସାତଟାରେ ବି ମୃତକଙ୍କ ସ୍ତ୍ରୀ କମଳା ସହ ଘରେ ଗଣ୍ଡ ଗୋଳ ହୋଇ ଦିଲୁ ହାଲଦାର ଚୁଟକୀ ନାମକ ଜଣେ ବ୍ୟକ୍ତି ସହ ମିସି ବାହାରି କୁ ଚାଲି ଯାଇଥିଲେ ଓ ସକାଳେ ତାଙ୍କର ମୃତ୍ୟୁ ଦେହ କଲଭେର୍ଟ ପାଖରେ ପଡ଼ିଥିବା ସେହି ଗୁରୁସିଂହା ମୁଖ୍ୟ ରାସ୍ତାରେ ଯିବା ଆସିବା ଲୋକ ମାନେ ଦେଖିବାକୁ ପାଇଥିଲେ | ଦିଲୁର ବେକ ଓ ଦେହରେ ଆଘାତ ପରିଲକ୍ଷିତ ହୋଇଥିଲା | ଖବର ପାଇ ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚାଲୁ ରଖିଥିବା ବେଳେ ଘଟଣାର ଟି ହତ୍ୟା ନା ଆତ୍ମହତ୍ୟା ଖବର ସଂଗ୍ରହ ସୁଦ୍ଧା ଜଣାପଡି ନାହି |