ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣାକୁ ଦୃଢ଼ ନିନ୍ଦା ସହ ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ଏବିଭିପି

add-all

ଫୁଲବାଣୀ : ନାବାଳିକା ଗର୍ଭବତୀ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି)। କନ୍ଧମାଳ ଜିଲ୍ଲା ବେଳଘର ଥାନା ଅନ୍ତର୍ଗତ ଏକ ଆବାସିକ ବିଦ୍ଯାଳୟର ଛାତ୍ରୀ କିଛିଦିନ ତଳେ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏନେଇ କନ୍ଧମାଳ ଜିଲ୍ଲା ଏବିଭିପିର ଛାତ୍ରୀ ପ୍ରମୁଖ ତଅପୋଉ କହଁରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିତପତ୍ର ଦିଆଯାଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦଣ୍ଡବିଧାନ ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲ୍ଲା ଏବିଭିପି ଦାବି କରିଛି।
ଏହି ଦାବି ପତ୍ର ଦେବା ବେଳେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଫୁଲବାଣୀ ନଗର ସହ-ସମ୍ପାଦକ ଅମିତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅହଲ୍ୟା ମାଝୀ, ଜିଲ୍ଲା ସହ ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ସଂଗଠନ ସମ୍ପାଦକ ଟୁକୁନା ମଲ୍ଲିକ ଯୋଗ ଦେଇଥିଲେl କନ୍ଧମାଳରେ ବିଭିନ୍ନ ସମୟରେ ଆବାସିକ ବିଦ୍ୟାଳୟ ରେ ନାବାଳିକା ଛାତ୍ରୀମାନେ ପିଲା ଜନ୍ମ କରିବା, ଗର୍ଭବତୀ ହେବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅବହେଳା, ଦାୟିତ୍ୱ ହୀନତାକୁ ଏବିଭିପି ଦାୟୀ କରିଛିl ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ ସେଥିପାଇଁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଦ୍ୟାର୍ଥୀ ପରିଷଦ କହିଛି l

ad-week
Leave A Reply

Your email address will not be published.