ବ୍ରାହ୍ମଣୀଗାଁ ଠାରେ ସ୍ଵଚ୍ଛତାହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

youtube

ଦାରିଙ୍ଗବାଡ଼ି, ୨୭/୯, ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ପଞ୍ଚାୟତ ଠାରେ ସ୍ଥାନୀୟ ୱର୍ଡ ମେମ୍ବର, ସ୍ୱେଚ୍ଛାସେବୀ , ଗ୍ରାମବାସୀଙ୍କୁ ନେଇ ସ୍ୱଚ୍ଛତା ହିଁ ସେବାର ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ସଂଯୁକ୍ତା ମଲିକ୍ ସଭାପତିତ୍ୱ କରିଥିଲେ । ଏଥିରେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଭବେସ ମାଝୀ, ଜଳ ଓ ପରିମଳ ବିଭାଗ ବ୍ଲକ ସଂଯୋଜନ ଶ୍ରୀଯୁକ୍ତ ସୁଦାମ ସେନାପତି, ବ୍ରାହ୍ମଣୀ ଗାଁ ଥାନା ଆଇଆଇସି ଶ୍ରୀଯୁକ୍ତ ଚାପଧାରି ପ୍ରଧାନ, ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକ, ସରପଞ୍ଚ ଶ୍ରୀମତି ସଂଯୁକ୍ତା ମଲିକ୍, ହ୍ୟୁମାନ ରାଇଟ୍ ସଦସ୍ୟ ଲଷ୍ମୀକାନ୍ତ ରାଜଗୁରୁ ଓ ବିକ୍ରମାଦିତ୍ୟ ବସ୍ତିରାୟ , ଡାକ୍ଟର ଖାନା କର୍ମଚାରୀ, ବନ ବିଭାଗ କର୍ମଚାରୀ, GRS, GS, ନାଇବ୍ ସରପଞ୍ଚ, MBK ଗ୍ରୁପ୍, SHG ଗ୍ରୁପ୍ ଓ ଆମ ଗାଁ ସଂସ୍ଥା କର୍ମଚାରୀ ପ୍ରମୁଖ ଯୋଗଦେଇ ଶପଥ ପାଠ କରିଥିଲେ । ୫ ଗୋଟି ବିଷୟକୁ ନେଇ ଶପଥ ପାଠ କରାଯାଇଥିଲା । ବିଶେଷ କରି ପ୍ଲାଷ୍ଟିକ ବର୍ଜନ, ପରିମଳ ପରିଚାଳନା ତଥା ବାହ୍ୟ ମଳତ୍ୟାଗ ବର୍ଜନ ମୁଖ୍ୟ ବିଷୟ ଥିଲା । ଏହାକୁ ନିୟମିତରେ ପରିଣତ କରି ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା । ଏହା ଦ୍ବାରା ଅଞ୍ଚଳ ସୁସ୍ଥ ତଥା ସମୃଦ୍ଧ ହେବା ନିମନ୍ତେ ଜନସାଧାରଣ ଆଶା ରଖିଛନ୍ତି । ଶେଷରେ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ସମସ୍ତେ ଝାଡୁ, ଟୋକେଇ ଓ ଠେଲା ଗାଡ଼ି ଧରି ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଠାରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରି ବଜାର, ଥାନା ଓ ଡାକ୍ତରଖାନା ପରିସର ଆବର୍ଜନା ମୁକ୍ତ କରିଥିଲେ।

Leave A Reply

Your email address will not be published.