ହିଞ୍ଜିଳିକାଟୁ ରେ ଖୋଲିଲା ମିଶନଶକ୍ତି – ଗଞ୍ଜାମ ହାଟ୍ଟ ଓ ଖିର କାଉଣ୍ଟର

youtube

ହିଞ୍ଜିଳିକାଟୁ (୨୭/୯) : ହିଞ୍ଜିଳିକାଟୁ ସହରରେ ଖୋଲିଲା ‘ମିଶନ ଶକ୍ତି ଗଞ୍ଜାମହାଟ୍ଟ ଓ ଖିର କାଊଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଛ ମାର୍କେଟ ରେ ଏହି ଗଞ୍ଜାମ ହାଟ୍ଟ ଓ ଖିର କାଋଣ୍ଟର ଖୋଲିଛି। । ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟଜ୍ୟୋତି ପରିଡା ଏହାର ଉଦଘାଟନ କରିଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ଼ ନଂ ୨ ର କ୍ରିଷ୍ଣା କହ୍ନେୟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଗଞ୍ଜାମ ହାଟ୍ଟ ଓ ଖିର କାଉଣ୍ଟର ର ପରିଚାଳନା ଦାୟିତ୍ୱ ଦିଆଯାଇଛି।

‘‘ ଏହା ଦ୍ୱାରା ଜନସାଧାରଣଙ୍କୁ ପୋଷଣଯୁକ୍ତ ଖାଦ୍ୟ ମିଳିବା ସହ ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ାଯାଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରାଯାଉଛି’’, କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।
ଗଞ୍ଜାମ ହାଟ୍ଟ ରେ ମହିଳା ଗୋଷ୍ଠୀ ଦ୍ୟାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଘରୋଇ ଖାଦ୍ୟ ସାମଗ୍ରୀ ସହ ଦେଶୀଗାଇକ୍ଷୀର ,ମଈଁସିକ୍ଷୀର ,ଓ ଜର୍ସୀଗାଈ କ୍ଷୀର ସହ କ୍ଷୀରରୁ ପ୍ରସ୍ତୁତ ଛେନା, ପନୀର ଓ ଦହି ମିଳିପାରିବ। ସେଥିରେ ରହିଛି ବିସ୍କୁଟ, ମିକ୍ସଚର, କୁରୁମା, ସେଉ, ମୁଡକି, ଚାଓମିନ, ନିମିକି, ମଣ୍ଡାପିଠା, ଆରିସା ପିଠା, ବାଦାମ ପକୋଡ଼ା, ଛତୁଆ, ସୁପ୍, ପିଜା, ଚା, କଫି। ଏହାସହ ଘରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପାଇଁ ମାଣ୍ଡିଆ ଚୂନା, ଜହ୍ନା ଚୂନା, ବାଜରା ଚୂନା, ସୁଆଁ ଚାଉଳ, କାଙ୍ଗୁ ଚାଉଳ, କୋଦ ଚାଉଳ, ବାନ୍ୟାର୍ଡ ମିଲେଟ୍ ଚାଉଳ ଏବଂ ବ୍ରାଉନ ଟପ୍ ମିଲେଟ୍ ଚାଉଳ ଆଦି ମିଳିବ।
ହିଞ୍ଜିଳିକାଟୁ ସହରକୁ ବିଭିନ୍ନ କାମରେ ଆସୁଥିବା ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ିଙ୍କ ପାଇଁ ଗଞ୍ଜାମ ହାଟ୍ଟ ବିଶେଷ ସହାୟକ ହେବ।
ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ କ୍ଷୀର ଉତ୍ପାଦନକାରୀ କୃଷକଙ୍କ ସମସ୍ୟା ଉପରେ ଗୁରୁତ୍ବ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ପିଡି ଡିଆରଡିଏ କିର୍ତ୍ତୀଭାସନ ଭି, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ,ଓଆର ଏମ ଏସ ଡେପୁଟି ସିଈଓ ଛତ୍ରପୁର ଜ୍ୟୋତିପ୍ରକାଶ ମହାନ୍ତି, ହିଞ୍ଜିଳିକାଟୁ ସିଡିପିଓ ଗାଙ୍ଗି ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।
। ଏହାସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ପ୍ରକାରର ଜିନିଷ ସହ କ୍ଷୀରରୁ ପ୍ରସ୍ତୁତ କରିଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।ପରେ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୋଚିଲିମା ପଚାଂୟତ ଓ ମକରଝୋଳପଚାଂୟତରେ ପହଂଚି ନବନିର୍ବାଚିତ ଜନ ପ୍ରତିନିଧି ଓ ଆଗ ଧାଡିର ନେତାଙ୍କ ସହ ମିଶି ଵିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ।

Leave A Reply

Your email address will not be published.