ଉତ୍କଳ ସମ୍ମିଳନୀ ର ବୈଠକ ଅବସରରେ ଉତ୍କଳ ସମ୍ମିଳନୀ ପୃଷ୍ଠପୋଷକ ଶତାୟୁ ପୁରୁଷ କୃପାମୟ ଅନଙ୍ଗ ଭୀମ ଦେବଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ…

youtube


ବ୍ରହ୍ମପୁର– ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେଉ କିମ୍ବା ଭାରତର ସ୍ବାଧୀନତା ଆନ୍ଦୋଳନ କିବା ମୋଗଲ ପର୍ତ୍ତୁଗୀଜ ଇଂରାଜୀ ଇତ୍ୟାଦି ବିଦେଶୀ ଆକ୍ରମଣକାରୀଙ୍କ ସମେତ ଦେଶୀୟ ରାଜାଙ୍କ ଆକ୍ରମଣ ର ସମ୍ମୁଖୀନ ହୋଇ ଗଞ୍ଜାମ ର ପୂର୍ବସୁରୀ ବରପୁତ୍ର ମାନେ ଯେଉଁ ଭଳି ଭାବରେ ବୀରତ୍ଵ ପ୍ରଦର୍ଶନ କରିଥିଲେ ଏବଂ ପରବର୍ତ୍ତି ସମୟରେ ପ୍ରାଣ ଉତ୍ସର୍ଗ ଆନ୍ଦୋଳନ କରିଥିଲେ ତାହା ଅତୁଳନୀୟ ଅଟେ। ବିଶେଷକରି ଭାଷା ସୁରକ୍ଷା ଓ ସ୍ବତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନ ପାଇଁ ଉତ୍କଳ ଜନନୀ ଙ୍କ ବୀର ବରପୁତ୍ରମାନଙ୍କ ମଧ୍ୟରେ ବଡ଼ ଖେମୁଣ୍ଡି ମହାରାଜା କୃପାମୟ ଅନଙ୍ଗ ଭୀମ ଦେବଙ୍କ ଅବଦାନ ପ୍ରଣିଧାନ ଯୋଗ୍ୟ।ସେ ଉତ୍କଳ ସମ୍ମିଳନୀ ର ପ୍ରମୁଖ ସଂସ୍ଥାପକ ଓ ପୃଷ୍ଠପୋଷକ ଥିଲେ ଏବଂ ଶିକ୍ଷା ସାହିତ୍ୟ ସଂସ୍କୃତିର ଉନ୍ନତି ପାଇଁ ଅଜସ୍ର ଅର୍ଥରାଶି ସହ ଭୂମି ଦାନ କରି ବିଭିନ୍ନ ଅନୁଷ୍ଠାନ ସହ ଉତ୍କଳ ଆଶ୍ରମ ପ୍ରତିଷ୍ଠା କରିଥିଲେ ବୋଲି ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ଦ୍ବାରା ଆହୁତ ସଭାରେ ମତବ୍ୟକ୍ତ କରାଯାଇଥିଲା। ସମ୍ମିଳନୀର ସଭାପତି ଡ଼ ସୁବ୍ରତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପସଭାପତି ଡ଼ ବନମାଳୀ ପାଣିଗ୍ରାହୀ ଓ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

ଏହି ଅବସରରେ ଶତାୟୁ ପୁରୁଷ ସ୍ବର୍ଗତ ମହାରାଜା କୃପାମୟ ଅନଙ୍ଗ ଭୀମ ଦେବଙ୍କ ଅମର ଆତ୍ମା ର ସଦଗତି କାମନା କରାଯିବା ସହ ଉତ୍କଳ ସମ୍ମିଳନୀ ର ପୂର୍ବତନ ସଭାପତି ସାହିତ୍ୟିକ ସମାଜ ସେବୀ ଡାକ୍ତର ଗୁରୁ ପ୍ରସାଦ ମହାନ୍ତି ଏବଂ ସମ୍ମିଳନୀ ର ଆଜୀବନ ସଦସ୍ୟ ସମାଚାର ପତ୍ରିକା ର ସମ୍ପାଦନା ମଣ୍ଡଳୀ ସଦସ୍ୟ କବି ତଥା ଧାମନଗର ର ଲୋକପ୍ରିୟ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଦେହାନ୍ତ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମା ର ସଦଗତି କାମନା କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଆଲୋଚନା ରେ ଅଂଶଗ୍ରହଣ କରି ବିଶିଷ୍ଟ ଗବେଷକ ସାହିତ୍ୟିକ ଡ଼, ବାୟାମନୁ ଚର୍ଚ୍ଚି, ସମ୍ମିଳନୀ ର ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭିକାରୀ ଚରଣ ମହାପାତ୍ର ଓ ମହମ୍ମଦ ଆସଲାମ ପ୍ରମୁଖ ଆମ ସୀମା ସୁରକ୍ଷା ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଙ୍କ ଅମନଯୋଗିତା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତୃବୃନ୍ଦ ଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହା ଘଟୁଛି ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏହାର ଆଶୁ ସମାଧାନ ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପ୍ରକାଶ ପାଇଥିଲା। ତତ୍ ସହିତ ଭୁବନେଶ୍ୱର ବିଶାଖାପାଟଣା ଫାଷ୍ଟ ପାସେଞ୍ଜର ରେଳ ଗାଡ଼ି କୁ “ଉତ୍କଳ ସମ୍ମିଳନୀ” ନାମରେ ନାମିତ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ଏହି ଆଲୋଚନା ସଭାରେ ଇଂ ପ୍ରକାଶ ଚନ୍ଦ୍ର ସାହୁ, ରାଜକିଶୋର ସ୍ବାଇଁ,ଡାକ୍ତର ସମରେନ୍ଦ୍ର କୁମାର ସାହୁ, କୁମାର କାର୍ତ୍ତିକେଶ୍ବର ପ୍ରଧାନ, ସୂର୍ଯ୍ୟ କାନ୍ତ ପାତ୍ର,ଦେବବ୍ରତ ଦେବ, କ୍ଷୀର ସିନ୍ଧୁ ମହାନ୍ତି,କବୟିତ୍ରୀ ଶ୍ରୀମତୀ ସୁଧାଞ୍ଜଳି ମିଶ୍ର, ତାରିଣୀ ପ୍ରସାଦ ନାୟକ, ପୀତାମ୍ବର ସାହୁ,ମିହିର କୁମାର ରଥ ଶର୍ମା ପ୍ରମୁଖ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ କୁମାର କାର୍ତ୍ତିକେଶ୍ବର ପ୍ରଧାନ, କ୍ଷୀର ସିନ୍ଧୁ ମହାନ୍ତି, ହେମାଙ୍ଗ ପ୍ରସାଦ ରାଉଳ,ଓ ନୀଳାଞ୍ଚଳ ମହାପାତ୍ର ସମ୍ମିଳନୀର ସଦସ୍ୟତା ଗ୍ରହଣ କରିଥିବାରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ। ଦୀନବନ୍ଧୁ ଶ୍ରୀପଲ୍ଲବ

Leave A Reply

Your email address will not be published.