
ମାଲକାନଗିରି : ମାଲକାନଗିରି ମହିଳା ଏବଂ ଶିଶୁ ବିକାଶ ବିଭାଗ ମାଲକାନଗିରି ଆକ୍ସନ ଏଡ଼ ୟୁନିସେଫ ମିଳିତ ଉଦ୍ୟମ ରେ ଏକ ଦିବସୀୟ ବାଲ୍ୟ ବିବାହ ପ୍ରତିରାଧ ମଂଚ ସ୍ଥାନୀୟ ମୁଦୁଲିପଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ଶ୍ରୀ ହୃଦାନନ୍ଦ ସାହୁ ବିଡ଼ିଓ ଅଧ୍ୟକ୍ଷତା କରିଥିଲେ ସର୍ବ ପ୍ରଥମେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧିକାରୀ ଶ୍ରୀମତୀ ନିହାର ବାଳାନ ସାହୁ ବୈଠକ ର ଉଦ୍ଦେଶ୍ୟ ଏବଂ ଲକ୍ଷ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ | ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ବିବିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ | ଜିଲ୍ଲା ନିଯୁକ୍ତି ସରକାରଙ୍କ ବିଭିନ୍ନ କୌଶଳ ବିକାଶ ଉପରେ କିଶୋର କିଶୋରୀ ଙ୍କ ପଥ ଦେଖାଇଥିଲେ | ଏହା ସହିତ ଶ୍ରୀ ପ୍ରସନ ମିଶ୍ର UNICEF / ACTION AID ଜିଲ୍ଲା ସଂଯୋଜକ ମାଲକାନଗିରି ଜିଲ୍ଲା ର ବାଲ୍ୟ ବିବାହ ସ୍ଥିତି ଉପରେ ମତ ରଖିଥିଲେ | ଶ୍ରୀମତୀ ଇନ୍ଦିରା ପ୍ରଧାନ PO , DSWO ମହିଳା ଏବଂ ଶିଶୁ ବିକାଶ ବିଭାଗ ର ADVIKA କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ | ଏହି ବୈଠକ ରେ ବଣ୍ଡା ସମ୍ପ୍ରଦାୟ ର 50 ଜଣ କିଶୋର କିଶୋରୀ ଯୋଗଦାନ କରିଥିଲେ | ପରିଶେଷରେ ଶିଶୁ ବିକାଶ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ବୈଠକୁ ସମାପ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଦେଇଥିଲେ ।