ସହିଦ୍ ଆଜମ୍ ଭଗତ ସିଂଙ୍କର ଜୟନ୍ତୀ ଉପଲକ୍ଷେ ଆପ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

add-all

ମାଲକାନଗିରି : ଆଜି ଆମ ଆଦମୀ ପାର୍ଟି ର ରାଷ୍ଟ୍ରୀୟ ଆବାହକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲଙ୍କ ଆହ୍ବାନ କ୍ରମେ ସହିଦ୍ ଆଜମ୍ ଭଗତ ସିଂଙ୍କର ଜୟନ୍ତୀ ଉପଲକ୍ଷେ ସାରା ଦେଶରେ ଆପ୍ ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ଏହି ପରିପେକ୍ଷୀରେ ଆପ୍ ଓଡିଶାର ଆବାହକ( ସଭାପତି)ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଓଡିଶାର ପ୍ରତେକ ଜିଲ୍ଲାରେ ଆପର ନେତୃବୃନ୍ଦ ମାନେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ମାଲକାନଗିରି ଜିଲ୍ଲାର ପାର୍ଟି କାର୍ଯ୍ୟାଳୟରେ ଭଗତ ସିଂ ଙ୍କ ପ୍ରତିଛବି ରେ ମାଲ୍ୟର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ l ସ୍ଥାନୀୟ ରକ୍ତ ଭଣ୍ଡାର କେନ୍ଦ୍ର ରେ ଆପ୍ ମାଲକାନଗିରି ସଭାପତି କେ. ଦେଶୀ ରାଜୁ ଆଚlରୀଙ୍କ ତ୍ବତ୍ତାବଧାନ ରେ ଆପ୍ ର କର୍ମୀ ରକ୍ତ ଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ କିଛି ନୂଆ ସାଥି ମଧ୍ୟ ଆମ ଆଦମୀ ପାର୍ଟି ରେ ସାମିଲ ହୋଇଛନ୍ତି l ଆଜିର କାର୍ଯ୍ୟକ୍ରମ ରେ ଶୁଶାନ୍ତ କୁମାର ସାମଲ, ତlପତି ବିଶ୍ୱାସ, ରବିନ୍ଦ୍ର ନାଥ ମାଢି, ସମୀର ବୈରାଗୀ, ରାମ ମୂର୍ତ୍ତି ଭାଇ, ଅମ୍ରିତ, କେ. ଶିବ ପ୍ରସାଦ ଅଚାରୀ ଏବଂ ଅନ୍ୟାନ୍ୟ ସକ୍ରିୟା କର୍ମକର୍ତ୍ତା ଯୋଗଦେଇ ଥିଲେ l

ad-week
Leave A Reply

Your email address will not be published.