ହିଞ୍ଜିଳି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

add-all

ହିଞ୍ଜିଳିକାଟୁ (୨୮/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମରେ ହିଞ୍ଜିଳି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ପଚାଁୟତ ସରପଚଂ ଓ ସମିତି ମେମ୍ବର ଅତିଥି ଭାବେ ଯୋଗଦେଇ ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ଲୋକଙ୍କୁ କହିଥିଲେ। ଜନସାଧାରଣଙ୍କ ସହ ହିଞ୍ଜିଳି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ
ସୁସମ୍ପର୍କ ରକ୍ଷାକରିବା ସହ ଛାତ୍ରଛାତ୍ରୀ ଯେପରି କୌଣସି ପରିସ୍ଥିତିରେ ନିଜ ଲକ୍ଷ ବିଚ୍ୟୁତି ନକରନ୍ତି କି କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନହୁଅନ୍ତି ସେ ଦିଗରେ ବାପା ମା ସତର୍କ ରହିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ଗାଁରେ ଘଟୁଥିବା ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସର ସାହାଯ୍ୟ ନେବା ପାଇଁ ସେ ପ୍ରକାଶ କରିଥିଲେ। ଜନସାଧାରଣ ବ୍ୟାଙ୍କ ଓଟିପି ନଁ କାହାକୁ ନ ଜଣାଇବା, ଫୋନ୍ ମାଧ୍ୟମରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ ଠକାମୀର ଶିକାର ହୁଅନ୍ତି ଓ ଦୁର୍ଘଟଣାରେ ପୋଲିସ ର ସାହାର୍ଯ୍ୟ ନେବା ସହ ବିଭିନ୍ନ ବିଷୟରେ ଆଲୋଚନା କରି ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ର ଏସ ଆଇ ସିର୍ଦ୍ଧାଥ ଜେନା ,ଏଏସଆଇ ଗୋପାଳକୃଷ୍ଟ ଆଗୁ ପାତ୍ର , ଏଏସ ଆଇ ରାଘବ ପ୍ରଧାନ ଙ୍କ ସମେତ ଆମ ପୋଲିସ ସମିତି ସଦସ୍ୟଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.