
ଚିତ୍ରକୋଣ୍ଡା(୨୮/୦୯) : ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ ଗୋଟି ପଂଚାୟତର ସରପଞ୍ଚ ମାନଙ୍କୁ ନେଇ ଏକ ମାସିକ ବୈଠକ ବଡ଼ପଦର ପଂଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସଭାପତି କମଳୁ ହନ୍ତାଳ ଏଇ ବୈଠକ ଆୟୋଜନ କରିଥିଲେ l ଏହି ବୈଠକରେ ସମସ୍ତ ସରପଞ୍ଚ ନିଜ ନିଜ ପଂଚାୟତର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ l ସଭାପତି, ଉପସଭାପତି ଏବଂ ସରପଞ୍ଚ ମାନେ ମିଳି ମିଶି ଆଗକୁ ଏହି ସମସ୍ୟା ସମାଧାନ କରିବା ପାଇଁ ନିତି ନିର୍ଦ୍ଧାରଣ କରିଥିଲେ l ଏହି ବୈଠକରେ ସଭାପତି କମଳୁ ହନ୍ତାଳ, ଉପସଭାପତି ତ୍ରିନାଥ କିର୍ଶନୀ, ବଡ଼ପଦର ସରପଞ୍ଚ ସପନା ଖିଲ, ବଡପଡା ସରପଞ୍ଚ ନିଲୁ ପାଙ୍ଗି, ଧୂଳିପୁଟ ସରପଞ୍ଚ ଶୁକଦେବ ବୁରୁଡି, ପେପରମେଟଳା ସରପଞ୍ଚ ନରସିଂହ ସିଂଦରୀ, ଯୋଡାମ୍ବ ସରପଞ୍ଚ ପିଙ୍କି ହନ୍ତାଳ, ଦୋରାଗୁଡା ସରପଞ୍ଚ ଭଗବତୀ ନାୟକ, ନୂଆଗୁଡା ସରପଞ୍ଚ ଶଶୀ ଖିଲ, କପାତୁଟି ସରପଞ୍ଚ ଶୁକ୍ରୀ ହନ୍ତାଳ, କୂର୍ମନୁର ସରପଞ୍ଚ ସନ୍ୟା ଗୋଲାରୀ, ପୋପଲୁର ସରପଞ୍ଚ ନରସିଂ ନାୟକ, ଅଣ୍ଡିରାପାଲ୍ଲୀ ସରପଞ୍ଚ ପରିମା ଶିସାଙ୍କ ସମେତ ଯନ୍ତ୍ରୀ ସରପଞ୍ଚ ଦାନାଇଁ ଗୋଲାରୀ ପ୍ରମୁଖ ଉପସ୍ଥିତ ଥିଲେ l ବୈଠକ ଶେଷରେ ସମସ୍ତ ପଂଚାୟତ ମାନଙ୍କର ସମସ୍ୟା ସମାଧାନ କରିବା ଦିଗରେ ନିଶ୍ଚିତ ଭାବେ କାର୍ଯ୍ୟ ନିର୍ବାହ କରିବେ ବୋଲି ସଭାପତି କମଳୁ ହନ୍ତାଳ ପ୍ରତିଶୃତି ଦେଇଛନ୍ତି l