ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ : ଅନାଥ ଶିଶୁଙ୍କୁ ଶିକ୍ଷା ପଦ୍ଧତିରେ ସାମିଲ କରି ଆତ୍ମ ନିର୍ଭରଶୀଳ ହୁଅନ୍ତୁ – ଜିଲ୍ଲାପାଳ

add-all


ଛତ୍ରପୁର : ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ଜିଲ୍ଲାର ସମସ୍ତ ଶିଶୁ ଯତ୍ନ କେନ୍ଦ୍ର ଗୁଡିକୁ ଚଳଚଞ୍ଚଳ କରି ଶିଶୁ ମାନଙ୍କର ମାନସିକ ସ୍ଥିତି ଅନୁଯାୟୀ ସେମାନଙ୍କୁ ପୃଥକ୍ କରି ସଠିକ ଶିକ୍ଷା ପଦ୍ଧତିରେ ସାମିଲ କରାଯାଇ ବରାବର ସେମାନଙ୍କ କୁଶଳତାକୁ ଯାଂଚ୍ କରାଗଲେ ସେମାନେ ଶିକ୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ । ଏହି ଶିଶୁ ମାନେ କେଉଁ ବିଦ୍ୟାଳୟରେ ପାଠ ପଢୁଛନ୍ତି ତାହାର ତାଲିକା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କଲେ ସେମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବେ । ଶିଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ସେବା ଗୁଡିକୁ ଗୋଟିଏ ନିର୍ଦ୍ଧରିତ ସମୟ ମଧ୍ୟରେ ପ୍ରଦାନ କରାଗଲେ ଶିଶୁ ଯତ୍ନ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ହୋଇ ପାରିବ । ବାହାର ରାଜ୍ୟର ପିଲାମାନେ ରାସ୍ତା ଘାଟରେ ଭିକ୍ଷାବୃତ୍ତି କରୁଥିବା ନଜର ଆସୁଛି । ସେମାନଙ୍କ ଅଭିଭାବକ ମାନଙ୍କୁସଚେତନ କରାଇ ସେମାନଙ୍କୁ ଶିକ୍ଷା ପଦ୍ଧତିରେ ସାମିଲ୍ କରାଗଲେ ସେମାନେ ସ୍ବାବଲମ୍ବୀ ହେବା ନିମନ୍ତେ ସୁଯୋଗ ପାଇବେ । ଏଥି ସକାଶେ ରାଜ୍ୟ ପ୍ରଶାସନକୁ ପ୍ରସ୍ତାବ ପ୍ରେରଣ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶିଶୁ ସମ୍ପର୍କିତ ବିଚାର ମାମଲା ଗୁଡିକ ଯଥାଶୀଘ୍ର ସମାଧାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଶିଶୁ ଯତ୍ନ ଗୃହ ଗୁଡିକରେ ରହୁଥିବା ଶିଶୁ ମାନଙ୍କୁ କିଭଳି ନିରାମୟ ଔଷଧ ମିଳିପାରିବ ସେ ସମ୍ପର୍କରେ ସରକାରୀ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶିଶୁ ସୁରକ୍ଷା ଛାତ୍ରାବାସ ଗୁଡିକର ଭିତ୍ତିଭୂମିର ବିକାଶ ନିମନ୍ତେ ଆଲୋଚନା ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଆକ୍ସନ ଏଡ୍ ର ସଂଯୋଜକ ଦେବବ୍ରତ ମାହୁନ୍ତ, ଶିଶୁ ସୁରକ୍ଷା ଆଇନ୍ ପରାମର୍ଶଦାତା, ସମସ୍ତ ସଭ୍ୟ/ସଭ୍ୟା, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଗଣ ଉଫପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.