ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି, ଶୁଭଖୁଣ୍ଟି ସ୍ଥାପନ

add-all

ଛତ୍ରପୁର : ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ଲଷ୍ମୀବଜ଼ାର ପରିସରରେ ଚଳିତ ବର୍ଷ ହେବାକୁ ଥିବା ମା ଗଜଲଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। କର୍ମକାଣ୍ଡ ପୁରୋହିତ ଡ଼ଃ ସରୋଜ କୁମାର ଶତପଥୀ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। କର୍ତ୍ତା ଭାବେ ପ୍ରଶାନ୍ତ କୁମାର ମହାରଣା ସମସ୍ତ କାର୍ଯ୍ୟ ସମାପନ କରି ଚଳିତ ବର୍ଷ ମାଙ୍କ ପୂଜା ଯେପରି ଯାକ ଯକମରେ ହୋଇପାରିବ ସେଥି ନିମନ୍ତେ, ସମସ୍ତଙ୍କ ସହଯୋଗ କାମନା କରିଥେଲେ। ଆସନ୍ତା ଅକ୍ଟବେର ୮ ତାରିଖରୁ ୭ ଦିନ ପର୍ଯ୍ୟନ୍ତ ମା ଗଜଲଷ୍ମୀଙ୍କ ପୂଜା ଚାଲିବ। ଏହି ଅବସରରେ ଆଜି ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସମ୍ପାଦକ ପ୍ରଦୀପ କୁମାର ସାହୁ, ଉପ ସଭାପତି ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାସ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,10ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ବିଜେଡ଼ି ନଗର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଶିକ୍ଷକ ନେତା ରବିନାରାୟଣ ବେହେରା,ସରୋଜ କୁମାର ପାଢ଼ୀ ଲୋକନାଥ ମହାରଣା, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସନ୍ତୋଷ କୁମାର ଚୌଧୁରୀ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ଅଶୋକ କୁମାର ବେହେରା, ଅଖିଳ କୁମାର ପାଣିଗ୍ରାହୀ,କିଶୋର ଚନ୍ଦ୍ର ମହାନ୍ତି,କେ. କମଳାକର, ଶଙ୍କର ଗୌଡ଼, ଗୌରୀ ସାମଲ, ସନ୍ତୋଷ ବେହେରା, ରିଙ୍କୁ ଗୌଡ଼, ସନ୍ତୋଷ କୁମାର ସାହୁ, ସରୋଜ କୁମାର ସାମଲ, ପବିତ୍ର ପଲାଇ, ସଦାନନ୍ଦ ସାହୁ, କେ. ରମେଶ, ଦେବବ୍ରତ ପଣ୍ଡା, କେ. ସତ୍ୟ ନାରାୟଣ ରେଡ୍ଡୀ, ଅଶୋକ କୁମାର ରଥଙ୍କ ସମେତ ପୂଜା କମିଟି ର ସମସ୍ତ ସଦସ୍ଯ ଏବଂ ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.