
ବ୍ରହ୍ମପୁର : ସମସ୍ତ ଙ୍କୁ ସମାନ ଶିକ୍ଷା ଓ ଶିକ୍ଷା ଶେଷରେ ନିଶ୍ଚିତ ନିଯୁକ୍ତି ଦାବୀରେ ଅଖିଳ ଭାରତ ଯୁବକସାଙ୍ଗ ଏବଂ ଅଖିଳ ଭାରତ ଛାତ୍ରସାଙ୍ଗ ତରଫରୁ ଦକ୍ଷିଣା ଅଂଚଳ ରାଜସ୍ବ କମିଶନଙ୍କ କାଯ୍ୟଳୟ ଆଗରେ ଏକ ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତ ଯୁବକସାଙ୍ଗ ଏବଂ ଅଖିଳ ଭାରତ ଛାତ୍ରସାଙ୍ଗର ଶତାଧିକ ଯୁବ ଛାତ୍ର ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ l ପାର୍କ ସାହି ସ୍ଥିତ ଯୁବକ ସଙ୍ଘ ଜିଲ୍ଲା କାଯ୍ୟଳୟ ରୁ ଏକ ବିରାଟ ପଟୁଆର ରେ ବାହାରି ଯୁବ, ଛାତ୍ର ମାନେ ସହର ପରିକ୍ରମା କଲା ପରେ RDC ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯୁବସଙ୍ଗ ଗଞ୍ଜାମ ଜିଲ୍ଲା ସମ୍ପାଦକ କାମଦେବ ନାହାକଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଭଗତ ସିଂ ଜାତୀୟ କର୍ମ ନିଯୁକ୍ତି ଆଇନ କାଯ୍ୟକାରୀ କରିବା, ରାଜ୍ୟ ନୂତନ ଶିଳ୍ପ ପ୍ରତିଷ୍ଠା କରିବା, ଖାଲି ଥିବା ସମସ୍ତ ସରକାରୀ ପଦବୀ ତୁରନ୍ତ ପୂରଣ କରିବା,ମନରେଗା ଯୋଜନା ରେ ଦୁଇଶହ ଦିନ କାମ ଯୋଗାଇ ଦେବା , ପ୍ରତିବର୍ଷ ଛାତ୍ର ସାଂସଦ ନିର୍ବାଚନ କରାଇବା ଭଳି ବାର ଦଫା ଦାବୀ ନେଇ ଯୁବ, ଛାତ୍ର ନେତାମାନେ ବକ୍ତବ୍ୟ ରଖିଥିଲେ l ଏହି ବିକ୍ଷୋଭ ରେ ଯୁବସଙ୍ଗ ର ରାଜ୍ୟ ସଭାପତି ସାଥି ପ୍ରଦୀପ ସେଠି, ଗଞ୍ଜାମ ଜିଲ୍ଲା କାଯ୍ୟକାରୀ ସଭାପତି ମନୋଜ ଗୌଡ଼, ଗୁରୁନାଥ ପ୍ରଧାନ, କୃଷ୍ଣ ରାଉଳ, ରାଜାରାମ ଡାଙ୍ଗୁରି କଳାହାଣ୍ଡି AISF ଜିଲ୍ଲା ସଭାପତି, ଜୟନ୍ତ ଦେହୁରୀ, ବ.ଦଣ୍ଡପାଣି ପାତ୍ର, ନିରାକାର ବେହେରା, କ୍ଷେତ୍ରବାସୀ ବେହେରା , ପୂର୍ବତନ ଯୁବ ନେତା ପ୍ରକାଶ ପାତ୍ରଏବଂ ଛତ୍ରପୁର ର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ଦୁର୍ଗାଚରଣ ପାତ୍ର, ପୁର୍ବତନ ଛାତ୍ର ନେତା ନୀଳକଣ୍ଠ ଦାସ, ମହେନ୍ଦ୍ର ପାତ୍ର, ଲଷ୍ମୀୟା ରେଡ୍ଡୀ, ଦଣ୍ଡପାଣି ସାମଲ, ଭାନୁମତି ରେଡ୍ଡୀ, ଗଣେଶ ରେଡ୍ଡୀ, ଦନାର୍ଦନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ l