ଗାଁ ସାଥୀ ସଂଘର ୭ ଦଫା ଦାବି ପୂରଣ ନିମନ୍ତେ ଦାବୀପତ୍ର

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିଯାନୁଷ୍ଠାନ କମିଟିର ପ୍ରମୁଖ କର୍ମକର୍ତ୍ତା ଏବଂ ସଭ୍ୟ ସଭ୍ୟା ମାନେ ଏକ ଶୋଭାଯାତ୍ରାରେ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କନ୍ଧମାଳ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯରେ ଏକ ୭ ଦଫା ଦାବୀ ପତ୍ର ପ୍ରଦାନ କରିବା ସହ ବିନମ୍ର ଅନୁରୋଧ କରିଛନ୍ତି ଯେ ୨୦୦୮ ମସିହାରୁ ପଞ୍ଚାୟତରାଜ୍ ଓ ପାନୀୟଜଳ ବିଭାଗ ଚିଠି ନଂ- ୪୩୨୪ (୩୦) ତା୩୦:୦୧:୨୦୦୮ ରିଖ ଅନୁଯାଇ ସର୍ବାଧୂକ ଶିକ୍ଷାଗତ ଯୋଗ୍ୟତା ଓ ସର୍ବାଧୂକ ନମ୍ବର ଆଧାରରେ ଗାଁସାଥୀ/ମେଟ୍ ଗାଁସାଥୀ ରୂପେ ନିଯୁକ୍ତି ପାଁଇ ଏମ ଜୀ ଏନ ଆର ଇ ଜୀ ଏସ ଯୋଜନାକୁ ସୂଚାରୁ ରୂପେ ସମ୍ପାଦନ କରି ଆସୁଅଛି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ସରକାର ଆମ୍ଭମାନଙ୍କ ପ୍ରତି ଅଣଦେଖା କରି ଚାଲିଛନ୍ତି । ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଚିଠା ନଂ ୨୯୪୦ ତା: ୧୧-୦୨-୨୦୨୧ ରିଖ ଅନୁଯାୟୀ ଲାଇନ ଡିପାର୍ଟମେଣ୍ଟର କାର୍ଯ୍ୟକୁ ଗାଁସାଥୀ (ମେଟ୍)କୁ ଦିଆଯିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ଜିଲ୍ଲାର କୌଣସି ବ୍ଲକରେ କାର୍ଯ୍ୟକାରୀ କରାଯାଇ ନାହିଁ । ତେଣୁ ଗାଁ ସାଥୀ ମାନଙ୍କର କେତୋଟି ଦାବି ପୂରଣ ନିମନ୍ତେ ଲିଖିତ ଆକାରରେ ନମ୍ରତାର ସହ ଉପସ୍ଥାପନା କରିଛନ୍ତି ।
ଦାବିଗୁଡ଼ିକ ଯଥାକ୍ରମେ ୨୯୪୦ ଚିଠାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ, ଲାଇନ ଡିପାର୍ଟମେଣ୍ଟର ସମସ୍ତ କାର୍ଯ୍ୟ ଆୟ ଗାଁସାଥୀ (ମେଟ୍) ମାନଙ୍କୁ ହସ୍ତାନ୍ତର କରାଯାଉ, ଆମ୍ଭ ଗାଁସାଥୀ (ମେଟ୍) ମାନଙ୍କ ସେମି ସ୍କିଲ୍ଡ ମାଷ୍ଟର ରୁଲକୁ ଲେବର ପେମେଣ୍ଟ ସମୟରେ ପ୍ରତି ଫେଜରେ ଅନଲାଇନ କରିବା ସହିତ ମେଟେରିଆଲ ପେମେଣ୍ଟ କରାଯାଉ, ଆମ୍ଭ ଗାଁସାଥୀ (ମେଟ୍) ମାନଙ୍କ କାର୍ଯ୍ୟସ୍ଥଳରେ ଏନ ଏମ ଏମ ଏସରେ ଫୋଟ କ୍ୟାଷ୍ଟୋରିଙ୍ଗ କରିବା ସହ ହାଜିରା ପକେଇବା ପାଇଁ ସମସ୍ତ ବିଡିଓ ମାନଙ୍କୁ ସୁନିଶ୍ଚିତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯାଉ, ପ୍ରତ୍ୟେକ ଗାଁସାଥୀ (ମେଟ୍) ମାନଙ୍କୁ ଏମ ଆର ର ଏଫ ଟି ଓ କପି ପ୍ରଦାନ କରାଯାଉ, ଏମ ଜୀ ଏନ ଆର ଇ ଜୀ ଏସ କାର୍ଯ୍ୟରେ ଠିକାଦାର ବ୍ୟବସ୍ଥା ବନ୍ଦ କରାଯିବା ସହିତ ଏମ ଜୀ ଏନ ଆର ଇ ଜୀ ଏସ କାର୍ଯ୍ୟରୁ ମିଡିଲ ମ୍ୟାନ ଏବଂ ଭେଣ୍ଡରକୁ ଉଛେଦକରି ଗାଁସାଥୀ (ମେଟ୍) ଖାତାକୁ ସିଧାସଳଖ ବ୍ୟାଙ୍କ ଖାତାକୁ ପଇଠ କରିବାର ବ୍ୟବସ୍ଥା କରାଯିବା ପାଇଁ ଦାବୀ କରାଯାଇଛି ।

ad-week
Leave A Reply

Your email address will not be published.