
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ପୌରପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ସାମାଜିକ ଭିନ୍ନକ୍ଷମ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଭୁୟାଁ, ଜିଲ୍ଲା ଟ୍ରିବୁନାଲ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ, ବରିଷ୍ଠ ନାଗରିକ ଦୁର୍ଯୋଧନ ପାତ୍ର, କାଲିମେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷା ଦେବେ ମାଢି, ଡିପିଏମ୍ ବନବିହାରି ମିଶ୍ର, ଡାକ୍ତର ଦୁର୍ଗା ପ୍ରସାଦ ରାଜ ଓ ବହୁ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲୋ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୧୫୦ରୁ ଊର୍ଦ୍ଧ୍ଵ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ପୂର୍ବାହ୍ନରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ବୃହତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲ।। ଏଥିରେ ଡାକ୍ତର ମାନେ ନାଗରିକ ମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିଲୋ ପରେ ପରେ ଉପଜିଲ୍ଲାପାଳ ତଥା ଜିଲ୍ଲା ବରିଷ୍ଠ ନାଗରିକ ଟ୍ରିବୁନାଲ ଅଧ୍ୟକ୍ଷ ଶ୍ରୀ ଖେମୁଣ୍ଡୁ ବରିଷ୍ଠ ନାଗରିକମ।ନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସହ କୌଣସି ବରିଷ୍ଠ ନାଗରିକ ପରିବାର ଦ୍ୱାରା ନିର୍ଯାତିତ ହେଲେ ସେମାନଙ୍କ ବିରୁଦ୍ଧରେ କିପରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ବନ୍ଧରେ ନିଜର ବକ୍ତବ୍ୟ ଦେଇଥିଲୋ ଅତିଥିମାନେ ବରିଷ୍ଠ ନାଗରିକ ମାନେ ନିଜ ପରିବାରର ଭଗବାନ ସଦୃଶ୍ୟ ତାଙ୍କୁ କେବେ ହେଲେ ଅବହେଳା କରାଯାଇପାରେ ନାହିାଁ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ଆଜି ଭାରତର ସମ୍ବିଧାନ, ଭାରତର ସୁରକ୍ଷା ଏବଂ ସବୁ କ୍ଷେତ୍ରରେ ଉନ୍ନତି ହୋଇ ପାରିଛିା ତେଣୁ ଉଭୟ ସରକାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯେଉଁ ଯେଉଁ ଯୋଜନା ପ୍ରଣୟନ କରାଯାଇଛି ତାହାର ସୁଫଳ ଦେବାପାଇଁ ପରାମର୍ଶ ଦେଇଥିଲୋ ଅପରାହ୍ନରେ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ଭଜନ ସମାରୋହ, ଗୀତା ଭାଗବତ ବ୍ରହ୍ମଚାର୍ଯ୍ୟ ସମ୍ବନ୍ଧରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଆସନ୍ତା କାଲି ସ୍ୱଚ୍ଛ ଭାରତ ଅଭିଯାନ, ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହେବା ସହ ବରିଷ୍ଠ ନାଗରିକ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବା