ୟୁନୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ, ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ…

add-all


ବ୍ରହ୍ମପୁର : ବରିଷ୍ଟ ନାଗରିକ ମାନେ ସମାଜ ର ମୁଖ୍ୟ ଅଙ୍ଗ, ଜୀବନ ସାରା ନିଜ ପରିବାର, କର୍ମ କ୍ଷେତ୍ର ଓ ସମାଜ ନିମନ୍ତେ ପରିଶ୍ରମ କରି ଆସିଥାନ୍ତି। ତାଙ୍କରି ବାର୍ଦ୍ଧ୍ୟକ୍ ଅବସ୍ଥାରେ ଯତ୍ନ ନେବା ସମସ୍ତଙ୍କ ପ୍ରଧାନ ଦାୟିତ୍ଵ ବୋଲି ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରେ, ରାମଚନ୍ଦ୍ରପୂର୍ ଠାରେ ମହାନ୍ ସଂଘ ଦ୍ୱାରା ପରିଚାଳିତ ବିଶ୍ଵ ନିକେତନ ଜରା ନିବାସ ପରିସର ୟୁନୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କ ଆଞ୍ଚଲିକ ମୁଖ୍ୟ ଶ୍ରୀ ସତ୍ୟବାନ୍ ବେହେରା ମତବ୍ୟକ୍ତ କରିବା ସହ ବିଶ୍ଵ ନିକେତନ କର୍ମ କର୍ତ୍ତା ଙ୍କୁ ଏପରି ମହାନ୍ ଅନୁଷ୍ଠାନ ଗଢି ଅଶହାୟ ଙ୍କୁ ସମସ୍ତ ପ୍ରକାର ସହୋଜଗ କରୁଥିବାରୁ ପ୍ରସଂଶା କରିଥିଲେ। ବ୍ୟାଙ୍କ ତରଫରୁ ଅନ୍ତେବାସି ଙ୍କ ଶୁଦ୍ଧ ପାନୀୟଜଳ ନିମନ୍ତେ ଏକୁଆଗାର୍ଡ ଓ ବସ୍ତ୍ର, ମିଷ୍ଠାର୍ନ ବଣ୍ଟନ କରିଥିଲେ । ବ୍ୟାଙ୍କ ଚିଫ୍ ମେନଜର ଶ୍ରୀ ଭେଙ୍କଟ ରାବଣ। ବେହେରା, ସିନିୟର୍ ମେନଜର ଶ୍ରୀ ସଞ୍ଜୟ କୁମାର ରାୟ, କୋର୍ଟ ପେଟା ବ୍ରାଞ୍ଚ ମୁଖ୍ୟ ପରିଚାଳକ ଶ୍ରୀ ଦୁର୍ଗା ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତଥିଲେ।
ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଅଧକ୍ଷ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ୟୁନୀୟନ୍ ବ୍ୟାଙ୍କ କୁ ସାଧୁବାଦ ଦେଇଥିଲେ।

ad-week
Leave A Reply

Your email address will not be published.