ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ…

add-all

ଦାରିଙ୍ଗବାଡ଼ି,୧/୧୦, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ି ପରିସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ବ୍ଲକ ବିଏସଏସଓ କ୍ଷେତିସ ପ୍ରିୟଦର୍ଶୀ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ମେଡ଼ିକାଲ ଇନ ଚାର୍ଜ ଯାକେଶ ସାମନ୍ତରାୟ , ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ଏବଂ ବରିଷ୍ଠ ନାଗରିକ ମଞ୍ଚ କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଅତିଥିମାନେ ବରିଷ୍ଠ ନାଗରିକ ମାନଙ୍କୁ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ ଓ ଚଲାବୁଲା କରି ଖୁସିରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ମେଡ଼ିକାଲ ଠାରେ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର କରାଯାଇ ୯୩ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା କରି ମାଗଣାରେ ଔଷଧ ଦିଆଯାଇଥିଲା।

ad-week
Leave A Reply

Your email address will not be published.