ସମ୍ବାଦ ସାହିତ୍ୟ ଘରର ଶାରଦୀୟ କବିତା ଆସର

add-all

ଫୁଲବାଣୀ : ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ତରଫରୁ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ସଭାପତି ରବିନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ କବୟିତ୍ରୀ ହରପ୍ରିୟା ମିଶ୍ର ଙ୍କ ସଂଯୋଜନାରେ ସର୍ବଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ, ରାମ କୃଷ୍ଣ ବେହେରା, ନବୀନ କିଶୋର ପଣ୍ଡା, ରବିନ୍ଦ୍ର ନାଥ ମିଶ୍ର ବୈଜୟନ୍ତି ମାଳା ମହାପାତ୍ର, ସି ଏଚ ନମିତା ପାତ୍ର, ପ୍ରସନ୍ନ ପଣ୍ଡା, ସୋମନାଥ ସାହୁ, ଡଃ ଚିତ୍ତ ରଞ୍ଜନ ମିଶ୍ର, ଅଶୋକ କୁମାର ପରିଡା, ବନ ବିହାରୀ ନନ୍ଦ ପ୍ରଭୁତି ଯୋଗ ଦେଇ ଆଲୋଚନା କରିବା ସହ କବିତା ପାଠ କରିଥିଲେ l ପରେ ପରେ ଡଃ ଚିତ୍ତ ରଞ୍ଜନ ମିଶ୍ର କବିତା ଗୁଡିକ ସମୀକ୍ଷା କରିଥିଲେ l ଶେଷରେ କୋଷାଧ୍ଯକ୍ଷ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.