ସାତ ଫୁଟର ଅଜଗର ଉଦ୍ଧାର

add-all

ଫୁଲବାଣୀ : ଗତକାଲି ରାତି ୮:୩୦ ସମୟରେ ଫୁଲବାଣୀର ଓ଼ଲ୍ଡ ଏଲ ଆଇ ସି କଲୋନୀ ଅଞ୍ଚଳରେ ଏକ ଅଜଗର ସାପ ଥିବା ନେଇ ସ୍ଥାନୀୟ ଲୋକ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ , ଭି.ଜଗନ୍ନାଥ ରାଜୁ , ରବୀନ୍ଦ୍ର ମହାରଣା, ସନ୍ତୋଷ କୁମାର ବାରିକ , ସାଇରାମ ପାତ୍ର ଏବଂ ଅନୁପ ବିକ୍ରମ ପାତ୍ର ଠିକଣା ସ୍ଥାନରେ ପହଞ୍ଚିଥିଲେ। ପ୍ରାୟ ସାତ ଫୁଟ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ସହରଠୁ ଦୂର ଜଙ୍ଗଲରେ ଛାଡ଼ି ଆସିଥିଲେ। ଟିମ୍ ହ୍ୟୁମାନିଟି କନ୍ଧମାଳର ଏହିଭଳି ତତ୍ପରତା ଦେଖି ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.