ସ୍କେଟର ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

add-all

ବ୍ରହ୍ମପୁର : ସ୍କେଟରର ଜାତୀୟ ସ୍ତରୀୟ ବାଳକ ବିଭାଗର ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗିଙ୍କୁ ଆଜି ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଏସ୍‌ପିଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆସନ୍ତା ୧୭ ତାରିଖରୁ ୨୧ ତାରିଖ ଯାଏଁ ଦିଲ୍ଲୀ ଠାରେ ଏହି ସ୍କେଟର ପ୍ରତିଯୋଗିତା ଆୟୋଜିତ ହେବ । ବ୍ରହ୍ମପୁରର ମହାନଗର ନିଗମ ଦ୍ଵାରା ପରିଚାଳିତ ସ୍ପଷ୍ଟ ଏରିନା ଠାରେ ଅଭ୍ୟାସ ଜାରି ରଖିଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମୀ ର ସ୍କେଟର ଅମନ୍ ଶର୍ମା ବାଳକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନ୍ୱେଷା ସାହୁ ବାଳିକା ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି, ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ସେହିପରି ବାଳିକା ବିଭାଗ ପାଇଁ ଗ୍ବାଲିଅର୍ ଠାରେ ନଭମ୍ବର ୧ ଠାରୁ ୫ ଯାଏଁ ଅନୁଷ୍ଠିତ ହେବ। ଏଥି ଲାଗି ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ବ୍ଦ୍ଵାରା କ୍ଷେତ୍ରୀୟ ସ୍ତରୀୟ ପ୍ରତିଯଗିତା ଗତ ଅଗଷ୍ଟ ମାସ ୧୭ ତାରିଖରେ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବ୍ରହ୍ମପୁର, ଛତ୍ରପୁର, ଗଜପତି ଜିଲ୍ଲା, ନୟାଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଓ ଭୁବନେଶ୍ବରର ଖେଳାଳୀ ମାନେ ଭାଗ ନେଇଥିଲେ। ବ୍ରହ୍ମପୁରର ମହାନଗର ନିଗମ ଦ୍ଵାରା ପରିଚାଳିତ ସ୍ପଷ୍ଟ ଏରିନା ଠାରେ ଅଭ୍ୟାସ ଜାରି ରଖିଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମୀ ର ସ୍କେଟର ଅମନ୍ ଶର୍ମା ବାଳକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନ୍ୱେଷା ସାହୁ ବାଳିକା ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି, ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି। ଆଜି ଯୋଗ୍ୟତା ଅର୍ଜନ କରିଥିବା ଖେଳାଳି ମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏବଂ ବ୍ରହ୍ମପୁର ଆରକ୍ଷୀ ଅଧକ୍ଷକ ଡା.ଶ୍ରବଣ ବିବେକ ପୁଷ୍ପଗୁଚ୍ଛ ଓ ମିଷ୍ଠାନ ଦେଇ ଅଭିନନ୍ଦନ ଜଣାଇଥିଲେ। ଏହି ଅବସର ରେ ଲାଞ୍ଜିଆ ପଞ୍ଚାୟତ ର ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ଏକାଡେମୀ ର ଉପଦେଷ୍ଟା ଟି. ଅନୀଲ ପାତ୍ର , କୋଚ୍ ବିଭୂତି ଭୂଷଣ ଜେନା, ବିଭୂପ୍ରସାଦ ପାତ୍ର, ବଟିଂ ସାହୁ, ଅଶ୍ମିତା ମହାନ୍ତି, ଙ୍କ ସମେତ ପ୍ରତିଯୋଗୀ ଙ୍କ ଅଭିଭାବକ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.