ରାସ୍ତା କାଦୁଅ ପଚପଚ, ଯାତାୟତରେ ସମସ୍ୟା

ଦାରିଙ୍ଗବାଡ଼ି,୧୦/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏକାଧିକ ସ୍ଥାନରେ କଲଭର୍ଟ କାର୍ଯ୍ୟ ଚାଲିଛି। ଫଳରେ ଡାଇଇଭର୍ସନ ରାସ୍ତା କରାଯାଇଛି ଏବଂ ସେଗୁଡିକ ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ଏବେ ଉକ୍ତ ରାସ୍ତା କର୍ଦ୍ଦମାକ୍ତ ହୋଇପଡ଼ିଛି। ଫଳରେ ସେହି ରାସ୍ତାରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ସେହି ରାସ୍ତାରେ ଦୈନିକ ଭୁବନେଶ୍ୱର, ଫୁଲବାଣୀ, ରାଇକିଆ ଆଦି ଅଞ୍ଚଳକୁ ସମସ୍ତ ପ୍ରକାର ଗାଡି ମୋଟର ଚଳାଚଳ କରୁଛି। ଉକ୍ତ ଅଞ୍ଚଳର ଲାଇଫଲାଇନ କୁହାଯାଉଥିବା ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ରଜକିଶୋର ମହାପାତ୍ର ଉକ୍ତ ରାସ୍ତା ସମ୍ପ୍ରସାରଣ କରୁଥୁବା ଠିକା ସଂସ୍ଥାକୁ ଶୀଘ୍ର ଉକ୍ତ ଡାଇଇଭର୍ସନ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ad-week
Leave A Reply

Your email address will not be published.