ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର

add-all

ଦାରିଙ୍ଗବାଡ଼ି,(୧୪/୧୦) : ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ ବୁଡାନପିପାଲି ଗ୍ରାମ ଜଙ୍ଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର । ମୃତ ମହିଳା ଜଣକ ହେଲେ ବୁଡାନପିପାଲି ଗ୍ରାମର ପ୍ରକାଶ ପ୍ରଧାନଙ୍କ ସ୍ତ୍ରୀ ସୁମିତ୍ରା ପ୍ରଧାନ । ଏହି ଗ୍ରାମର ପ୍ରକାଶ ପ୍ରଧାନଙ୍କୁ କେର୍କେବାଡ଼ି ଗ୍ରାମର ସନାତନ ପ୍ରଧାନଙ୍କ ଭଉଣୀ ସୁମିତ୍ରା ପ୍ରଧାନ ୭ ବର୍ଷ ହେବ ବିବାହ କରିଥିଲେ । ବିବାହ ପର ଠାରୁ ପ୍ରକାଶ ପ୍ରଧାନ ମଦ୍ୟପାନ କରି ସୁମିତ୍ରାଙ୍କୁ ମାଡ଼ ମାରୁଥିଲେ । ପ୍ରକାଶ ପ୍ରଧାନ ମଦ ମଧ୍ୟ ରାନ୍ଧୁଥିଲେ । ମଦ ରାନ୍ଧିବାକୁ ବିରୋଧ କରୁଥିଲେ ସ୍ତ୍ରୀ ସୁମିତ୍ରା । ଗତ ୩୦ ତାରିଖ ଦିନ ସୁମିତ୍ରା ସ୍ୱାମୀ ରାନ୍ଧୁଥିବା ମଦ ଭାଟିକୁ ଯାଇ ମଦ ଭାଟି ଭାଙ୍ଗିଥିଲେ । ଏହାରି ଫଳରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା ସହ ସୁମିତ୍ରାଙ୍କୁ ଜୀବନରୁ ମାରିଦେବାକୁ ସ୍ୱାମୀ ଧମକ ଦେଇଥିଲେ । ଏହାପର ଠାରୁ ସୁମିତ୍ରା ନିଖୋଜ ରହିଥିବା ଭାଇ ସନାତନ ଅଭିଯୋଗ କରିଛନ୍ତି । ଏନେଇ ସନାତନ ପ୍ରଧାନ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଝିଅ ଘର ପରିବାର ଲୋକ ସମେତ ଗାଁ ଲୋକ ବୁଡାନପିପାଲି ଜଙ୍ଗଲରୁ ସୁମିତ୍ରାଙ୍କ ଗଳିତ ମୃତ ଦେହ ଦେଖି ଲୋକେ ଥାନା ଅଧିକାରୀ କୌଶିକ ମାଝୀ ଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଥାନା ଅଧିକାରୀ କୌଶିକ ମାଝୀ,ଏସଆଇ ଜିତେନ୍ଦ୍ର ବେହେରା,ଏଏସଆଇ ସୁବାସ ଚନ୍ଦ୍ର ବାଏକ ସହ ପୋଲିସ ଫୋର୍ସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବ ଜବତ କରିବା ସହ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛନ୍ତି । ସ୍ୱାମୀ ପ୍ରକାଶ ପ୍ରଧାନ ସ୍ତ୍ରୀ ସୁମିତ୍ରାଙ୍କୁ ଜୀବନରୁ ମାରି ଥିବା ସୁମିତ୍ରାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ad-week
Leave A Reply

Your email address will not be published.