
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନସ୍ ଜଜ୍ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ବିଚାର କରି ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଏବଂ ପିଡିତାର ବୟାନକୁ ଭିତ୍ତି କରି ମାମଲାର ଅଭିଯୁକ୍ତ ଜଗତ୍ କିଶୋର ସେଠୀ ୨୦ବର୍ଷକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୧,୭୫,୦୦୦(ଏକ ଲକ୍ଷ ପଞ୍ଚସ୍ତରୀ ହଜାର ଟଙ୍କା) ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୨ବର୍ଷ ୩ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାକୁ ସରକାରଙ୍କ ତରଫରୁ ପୋକ୍ସ୍ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ପରିଚାଳନା କରୁଥିଲେ।ସୁଚନା ଅନୁସାରେ ସପ୍ତମ ଶ୍ରେଣୀରେ ପଢୁଥିବା ପିଡିତ ତା ୨୫.୧୦.୨୦୧୭ ରିଖ ଅପରାହ୍ନ ୪.୩୦ ମି. ରେ ଟିଫିନ୍ ଖାଇ ପଡିଆକୁ ଖେଳିବାକୁ ଯାଇଥିଲା । ଅଭିଯୁକ୍ତ ପିଡିତ କୁ ଡାକି ସାଇକେଲ ଆଣିବା ବାହାନା କରି ପାଖ ଜଙ୍ଗଲକୁ ନେଇ, ଛୁରୀ ଦେଖାଇ, କଥା ନ ମାନିଲେ ଜୀବନରେ ମାରି ଦେବି ବୋଲି ଧମକ ଦେଇ ଦୁଷ୍କର୍ମ କରିଥିଲା। ତା’ପରେ ଚାପୁଡ଼ା ମାରି, କାହାକୁ କହିଲେ ମାରି ଦେବାକୁ ଧମକ ଦେଇ ବିଦ୍ୟାଳୟକୁ ପଠେଇ ଦେଇଥିଲା।
ପିଡିତା ତାପର ଦିନ ଖଜୁରୀପଡ଼ା ଥାନା ରେ ଦାଖଲ କରିଥିଲା ଆଉ ଥାନାଧିକାରୀ ଥାନା କେଶ୍ ନମ୍ବର ୯୪/୨୦୧୭ରେ ରେଜିଷ୍ଟ୍ରେସନ କରି, ତଦନ୍ତ ସାରି ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଇଥିଲେ। ଆଜି ତା ୧୪.୧୦.୨୦୨୨ରିଖରେ ମାମଲାର ବିଚାର ଶେଷ କରି ଉପରୋକ୍ତ ରାୟ ବିଚାରପତି ଶୁଣାଇଛନ୍ତି ।