ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତିକଲେ ଅଟୋଚାଳକ

add-all

ଦାରିଙ୍ଗବାଡ଼ି,୧୫/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ହିଲଭିୟୁ ନିକଟ ଅମ୍ବାଖାଲିଆ ଘାଟିରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହ ସୁଲୁମାହା ଗ୍ରାମର ସନ୍ତୋଷ କୁମାର ଦିଗାଲ ସେହିବାଟ ଦେଇ ଆସୁଥିବା ବେଳେ ଉଦ୍ଧାର କରି ନିଜ ଅଟୋରେ ନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବାଇକ୍‌ଚାଳକ ହେଲେ ଉକ୍ତ ଥାନା ଶ୍ରାନିକେତା ପଞ୍ଚାୟତ ଅଞ୍ଚଳର କପିଳା ପ୍ରଧାନ।
ପ୍ରକାଶ ଯେ, କପିଳା ଉକ୍ତ ଘାଟି ରାସ୍ତାରେ ବାଇକ୍‌( ଓଡି ୧୨ଡି୩୩୮୧)ସହ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ସେ କିଭଳି ଦୁର୍ଘଟଣାର ଶିକାର ହେଲେ ନା ତାଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଛି ତାହା ଜଣାପଡ଼ି ନ ଥିବା ପୋଲିସ କହିଛି।

ad-week
Leave A Reply

Your email address will not be published.