ରାସ୍ତା ମଝିରେ ବିରାଟ ଗର୍ତ୍ତ ; ଦୁର୍ଘଟଣା ଘଟିବା ସମ୍ଭାବନା

add-all

ଦାରିଙ୍ଗବାଡ଼ି (୧୫/୧୦) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଲାଇନପଡା ଛକ ଠାରୁ ତଗାପାଙ୍ଗା ରାସ୍ତାର ତଗାପାଙ୍ଗା ସ୍କୁଲ ନିକଟସ୍ଥ ରାସ୍ତାରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଗତ କିଛି ମାସ ତଳେ ଲାଇନପଡା ଛକ ଠାରୁ ତଗାପାଙ୍ଗା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା। ଏହାର ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ରାସ୍ତା ନିର୍ମାଣ କାମ ନିମ୍ନମାନର ହୋଉଥିବା ସମ୍ପର୍କରେ ଜନସାଧାରଣ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହି ରାସ୍ତାରେ ପ୍ରତିଦିନ ଛୋଟ ସ୍କୁଲ ପିଲାଙ୍କ ସମେତ ଶତାଧିକ ଲୋକମାନେ ବିଭିନ୍ନ କାମ ନେଇ ଉକ୍ତ ରାସ୍ତାରେ ଯାତାୟାତ କରିଥାନ୍ତି। ପଞ୍ଚାୟତ କାମ ଠାରୁ ଆରମ୍ଭ କରି ବ୍ଲକ , ତହସିଲ କାର୍ଯ୍ୟ , ଅତି ଆବଶ୍ୟକ ଜିନିଷପତ୍ର କିଣା ବିକା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କେବଳ ଉକ୍ତ ରାସ୍ତା ଉପରେ ନିର୍ଭର କରିନ୍ତି। ପୂର୍ବରୁ ଏହି କାମକୁ ନେଇ ବିଭିନ୍ନ ଖବର କାଗରେ ଖବର ପ୍ରକାଶ ପାଇଥିଲା। ହେଲେ ରାସ୍ତା ନିର୍ମାଣର ଏକ ବର୍ଷ ନ ପୁରୁଣୁ ତଗାପାଙ୍ଗା ସ୍କୁଲ ନିକଟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତା ଦବିବାକୁ ବସିଲାଣି। ଏଥି ଯୋଗୁଁ କୌଣସି ମୁହୂର୍ତ୍ତରେ ଯେକେହି ଦୁର୍ଘଟଣାର ସମ୍ଭୁଖୀନ ନହେବେ ଏଥିରେ ସନ୍ଦେହ ନାହିଁ । ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.