ଫୁଲବାଣୀ କୁମ୍ଭାରପଡ଼ା ଗଜଲକ୍ଷ୍ମୀ ପୂଜାର ସପ୍ତମ ଦିନ

add-all

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ସଦର ମହକୁମାର ଫୁଲବାଣୀ କୁମ୍ଭାରପଡ଼ା ଠାରେ ମା ଗଜ ଲକ୍ଷ୍ମୀ ପୂଜା ର ସପ୍ତମ ଦିନରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ, ଯୁବ ସମାଜସେବୀ, ସଭାପତି, କନ୍ଧମାଳ ପିପୂଲସ୍ ଫୋରମ୍, ଲେଖକ ଏବଂ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ରାଧାମୋହନ ମହାପାତ୍ର ଯୋଗ ଦେଇଥିଲେ। ଲାଲ୍ ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ପ୍ରତି ବର୍ଷ ପାଳନ ହେଉଛି। ସଂଘର ସଭାପତି, ସଦସ୍ୟ ଓ କର୍ମକର୍ତ୍ତା ମାନେ ମୁଖ୍ୟ ଅତିଥିଙ୍କୁ ବାଜା ବାଦ୍ୟ ଓ ବାଣ ଫୁଟାଇ ସ୍ବାଗତ କରିଥିଲେ ତାପରେ ମୁଖ୍ୟ ଅତିଥି ମା ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଥିଲେ। ତାଙ୍କ ଅଭିଭାଷଣ ରେ କ୍ଳବ ର ଉନ୍ନତି ପାଇଁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ଯୁବକ ମାନଙ୍କ ସାଧୁ ଉଦ୍ୟମ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା l ଶତାଧିକ ଲୋକ ଉପସ୍ଥିିତ ଥିଲେ।

ad-week
Leave A Reply

Your email address will not be published.