ସୁନାମଧନ୍ୟ ଡାକ୍ତରଙ୍କ ପରଲୋକ

add-all

ହିଞ୍ଜିଳିକାଟୁ, ୧୭।୧: ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ତଥା ଲୋକପ୍ରିୟ ଭେଷଜ ବିଭାଗ ଅବସରପ୍ରାପ୍ତ ଡାକ୍ତର ଲଡୁ କିଶୋର ସାମନ୍ତରାଙ୍କ ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ହିଞ୍ଜିଳିକାଟୁ ନିକଟ ସିଙ୍ଗିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡା ସାମନ୍ତରା ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ। ଜଣେ ଉଚ୍ଚ କୋଟୀର ଭେଷଜ ଡାକ୍ତର ସହ ଜଣେ ସୁ-ସାହିତ୍ୟିକ ଭାବେ ସେ ପରିଚିତ ଥିଲେ। ସରକାରୀ ଚାକିରୀ ରୁ ଅବସର ଗ୍ରହଣ ପରେ ହିଞ୍ଜିଳିକାଟୁରେ ସେ ବାସ କରି ଶେଷ ଜୀବନ ପର୍ଯ୍ୟନ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ। ଗତ କିଛି ମାସ ଧରି ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ସୋମବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡ଼ା ସାମନ୍ତରା ଙ୍କ ପରଲୋକ ଖବର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.