ଦାରିଙ୍ଗବାଡ଼ି ବ୍ଲକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପ୍ରତିବାଦ

add-all

ଦାରିଙ୍ଗବାଡ଼ି, (୧୯/ ୧୦) : ଆଜି ମଧ୍ୟାହ୍ନ ସମୟରେ ଦାରିଂବାଡ଼ି ବସଷ୍ଟାଣ୍ଡ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କର ଏକ ପ୍ରତିବାଦ ଶୋଭଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ସେମାନେ ବ୍ଲକ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କୁ ତାଙ୍କର ଦାବିପତ୍ର ଦେଇ ସିଡିପିଓ ଙ୍କୁ ଦେବାକୁ ଯାଇଥିବା ବେଳେ କାର୍ଯ୍ୟାଳୟରେ ସିଡିପିଓ ଅନୁପସ୍ଥିତ ଥିବାରୁ ସିନିୟର ସୁପରଭାଇଜର ଶକୁନ୍ତଳା ନାୟକ ଙ୍କୁ ଦାବି ପତ୍ର ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଛି ।
ଦାବିଗୁଡ଼ିକ ମଧ୍ୟରେ ସୋପାନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଦରକୁ ବଢ଼ାଇବା ନତୁବା ସରକାର ଯୋଗାଇବା ଦାୟିତ୍ୱ ନେବା, ମୁଣ୍ଡପିଛା ନିର୍ଦ୍ଧାରିତ ପରିମାଣକୁ ବୃଦ୍ଧି କରିବା, କେନ୍ଦ୍ରର ନିର୍ଦ୍ଧାରିତ ସମୟ ସୀମା ଅର୍ଥାତ୍ ଅପରାହ୍ନ ୨ ଘଟିକା ମଧ୍ୟରେ ହିଁ କାର୍ଯ୍ୟକ୍ରମ ସମାପ୍ତ କରିବା ଅନ୍ତର୍ଭୁକ୍ତ |
ତୁରନ୍ତ ଦାବୀ ପୂରଣ ନ ହେଲେ ଅନ୍ଦୋଳନ ଜିଲ୍ଲା ତଥା ରାଜ୍ୟସ୍ତରୀୟ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ଓ ସମୂହ ଛୁଟି ନିଆଯିବ ପାଇଁ ସ୍ଥିର କରାଯାଇଥିବା ସଭାନେତ୍ରୀ ରଶ୍ମି ରଞ୍ଜିତା ନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.