ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ

add-all

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର କାର୍ଯ୍ୟକ୍ରମ ସ୍ବପରିସରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ , ମୁଖ୍ୟ ବକ୍ତା ଭାବେ ଜି.ଉଦୟଗିରି କଲେଜ ଅଧ୍ୟାପକ ନଳିନୀ କାନ୍ତ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପାଠଚକ୍ରର ଶୀର୍ଷକ “ସାରଳାଙ୍କ ମହାଭାରତରେ ରକ୍ତ ନଦୀ ସନ୍ତରଣ ଏକ ପ୍ରସଙ୍ଗ” ରହିଥିଲା ବେଳେ ଛାତ୍ର ପରମ ଜୟ ବିଶ୍ବାଳଙ୍କ ଏକ ସନ୍ଦର୍ଭ ପାଠ ସାଙ୍ଗକୁ ଏନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନ୍ୟତମ ଅଧ୍ଯାପକ ହିମାଂଶୁ ଶେଖର ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ଉକ୍ତ ପାଠଚକ୍ର କାର୍ଯ୍ୟକ୍ରମ ପୂର୍ବରୁ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାଚୀର ପତ୍ର “ବିରଞ୍ଚି”ର ଶୁଭ ଉଦଘାଟନ ମୁଖ୍ୟ ଅତିଥିଙ୍କ ଦ୍ଵାରା କରାଯାଇଥିଲା ଯାହାକି ଛାତ୍ରଛାତ୍ରୀଙ୍କୁ ବହୁତ ଉତ୍ସାହିତ କରିଥିଲା ।

ad-week
Leave A Reply

Your email address will not be published.