ପୋଲିସ କର୍ମଚାରୀ ଙ୍କ ଗୁଣ୍ଡାଗିରି, ବିଚ ରାସ୍ତାଉପରେ ଯୁବକଙ୍କୁ ମାରିଲେ ଚାପୁଡ଼ା…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ନିକଟରେ ଆଜି ଓରକେଲ ଥାନା ର ଏକ ପୋଲିସ କର୍ମଚାରୀ ଅମାନୁଷିକ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ତେବେ କିଛି କାରଣ ନ ଥାଇ ଜଣେ ଯୁବ ବାଇକ ଚାଳକ ଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ତେବେ କେଉଁ କାରଣରୁ ପୋଲିସ କର୍ମଚାରୀ ଜଣକ ରାଜରାସ୍ତା ଉପରେ ଜଣେ ବାଇକ ଚାଳକଙ୍କ ଗାଲକୁ ଚାପୁଡା ଚାପୁଡା ମାରୁଥିଲେ ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ତେବେ ଏହି ଘଟଣା କୁ ନେଇ ସାଧାରଣ ରେ ତୀବ୍ର ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଜିଲ୍ଲା ଓ ପୋଲିସ ପ୍ରଶାସନ ଏହି ଘଟଣା ର ଉପଯୁକ୍ତ ତଦନ୍ତ କରି ଉକ୍ତ ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ ଆଇନ ଗତ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

ad-week
Leave A Reply

Your email address will not be published.