କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ , ଫୁଲବାଣୀ ପକ୍ଷରୁର ସ୍ୱଚ୍ଛତା ହି ସେବା ଓ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜ୍ଜନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ  “ସ୍ୱଚ୍ଛତା ହିଁ ସେବା ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ” ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ  ତା 31.10.22 ରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହାର ପ୍ରା କ ପ୍ରକ ପ୍ରଚାର  ଅବସରରେ ପୂର୍ବଦିନ ଶଙ୍କରାଖୋଲ  ବଜାର କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ  ସଫେଇ କରିଥିଲେ  ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା  ମାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଟି ଏକ ଜନ ସଚେତନତା ପଦଯାତ୍ରାରୁ ଆରମ୍ଭ ହୋଇଥିଲା।  ଶ୍ରୀମତୀ ଜାନକୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପତାକା ଦେଖାଇ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ। ଅନୀଲ କୁମାର ପଟ୍ଟନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚକାପାଦ ବ୍ଲକ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସମ୍ମାନିତ ଅଟିଥି ଭାବରେ ଶ୍ରୀମତୀ ପ୍ରତିମା ପ୍ରଧାନ, ସିଡ଼ିପିଓ, ଚକାପାଦ ବ୍ଲକ , ବସନ୍ତ କୁମାର ରଥ , ପ୍ରଧାନ ଶିକ୍ଷକ , ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍କରାଖୋଲ ପ୍ରମୁଖ  ଯୋଗଦେଇଥିଲେ। ରାଜ ପ୍ରସାଦ ନାୟକ, ଜିଲ୍ଲା ପରିମଳ ପରାମର୍ଶ ଦାତା ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ୱଚ୍ଛ ଭାରତ 2.0 ର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ। ସତ୍ୟ ନାରାୟଣ ନନ୍ଦ,କ୍ଷେତ୍ରୀୟ ପ୍ରଚାର ସହାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଆଞ୍ଚଳିକ ସଂଚାର ବ୍ୟୁରୋ, ଭୁବନେଶ୍ୱର ତରଫରୁ ଶ୍ରୀଯୁକ୍ତ ବିମଲ କୁମାର ବିଶ୍ବାଳ ମ୍ୟାଜିକ ପ୍ରଦର୍ଶନ କରିଥିଲେ। ପରିଶେଷରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। କୁମାରୀ ସତବନ୍ତି ଦିଗାଲ, ସ୍ଥାନୀୟ ସମାଜସେବୀ ଏଥିରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.