
ମାଲକାନଗିରି : ସ୍ଥାନିୟ ଏମଭି 79 ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏମଭି 79 ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏମଭି 79 ଅଞ୍ଚଳ ର ଲୋକ ଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ଦେଇ 2013 ମସିହା ରେ ନଭେମ୍ବର 1 ତାରିଖ ଦିନ ରେ ଏମଭି 79 ଠାରେ ବ୍ୟାଙ୍କ ର ଏହି ଶାଖା ପ୍ରତିଷ୍ଠା ହୋଇଥିଲା। ଏହି ବ୍ୟାଙ୍କ ପ୍ରତିଷ୍ଠା ହେବା ରୁ ଚାଷୀ, ଗରିବ ଶ୍ରେଣି ର ଲୋକେ ସାଧାରଣ ଭାବ ରେ ଉପକୃତ ହେବା ସହ ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧିତ ସୁବିଧା ପାଇଁ ପାରୁଛନ୍ତି। ଏହି ବ୍ୟାଙ୍କ ପ୍ରତିଷ୍ଠା କୁ ଆଜି 10 ବର୍ଷ ପୁରି ଥିବା ବେଳେ ଅଞ୍ଚଳ ରେ ମହିଳା ଗ୍ରୁପ, ଚାଷୀ ମାନଙ୍କୁ କମ୍ ସୁଧ ହାର ରେ ରୁଣ ପ୍ରଦାନ କରି ସ୍ୱାବଲମ୍ବୀ କରିବା କ୍ଷେତ୍ର ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ବଡ଼ ଭୂମିକା ବୋଲି ସ୍ଥାନୀୟ ଅଞ୍ଚଳ ବ୍ୟଙ୍କ ମେନେଜର ଅମିୟ ଚନ୍ଦ୍ର ବୈରାଗୀ କହିଛନ୍ତି ।